ଥାନାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 19, 2019

ଥାନାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି  ଥାନାରେ ଜଣେ ଅଭିଯୁକ୍ତଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ଲୋଧି। ଶୌଚାଳୟରୁ ପଡ଼ି ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ତେବେ ଅଭିଯୁକ୍ତଙ୍କ ବେକରେ ଦାଗ ଚିହ୍ନ ରହିଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ନାବାଳିକାଙ୍କୁ କିଣିଥିବା ଅଭିଯୋଗରେ ସୁନୀଲଙ୍କୁ ପୁଲିସ୍‌ ଗିରଫ କରି ମଧ୍ୟପ୍ରଦେଶରୁ ସୁନ୍ଦରଗଡ଼ ଆଣିଥିଲା।

ସୂଚନାଯୋଗ୍ୟ, ଧାରୁଆଡ଼ିହି  ଅନ୍ତର୍ଗତ ମାନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରି କରାଇଦେବାକୁ କହି ମଧ୍ୟପ୍ରଦେଶର ସାଗର ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ ଦଲାଲ ଯୁଗଳ ଓରାମ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ମାଆ  ଥାନାରେ ଏତଲା ଦେଇଥିଲେ। ଏହାପରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇ ମଧ୍ୟପ୍ରଦେଶ ଯାଇଥିଲା।

ସେଠାକାର ସାଗର ଅଞ୍ଚଳରୁ ଗତକାଲି  ନାବାଳିକାଙ୍କୁ ସୁନ୍ଦରଗଡ଼ ପୁଲିସ୍‌ ଉଦ୍ଧାର କରିଥିଲା। ଏଥିସହ ନାବାଳିକାକୁ କିଣିଥିବା ବ୍ୟକ୍ତି ସୁନୀଲ ଲୋଧି, ଦୁଲାଲ ଯୁଗଳ ଓରାମ ଏବଂ ମହିଳା ସହଯୋଗୀ ସବିତା ଦୁବେଙ୍କୁ ମଧ୍ୟ ପୁଲିସ୍ ଗିରଫ କରି ଓଡ଼ିଶା ଆଣିଥିଲା। ଏଠାରେ ହାଜତରେ ସୁନୀଲଙ୍କ ମୃତ୍ୟୁ ହୋଇଯାଇଛି।



from Odisha Reporter https://ift.tt/30CLNg6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages