ଆବଶ୍ୟକ ସାମଗ୍ରୀ
ଚିକେନ୍, ଦହି, ତେଲ, ଜିରା, ତେଜପତ୍ର, ଗୋଲ ମରିଚ, ଲବଙ୍ଗ, ଅଦା ରସୁଣ ପେଷ୍ଟ, ପିଆଜ, ଲୁଣ, କଞ୍ଚା ଲଙ୍କା, ଟମାଟୋ, ମଇଦା, ଧନିଆ ପାଉଡର୍, ଜିରା ପାଉଡର୍, କସ୍ତୁରି ମେଥି, ପାଣି, ଧନିଆ ପତ୍ର ଏବଂ ଗରମ ମସଲା।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଜିରା, ତେଜପତ୍ର, ଗୋଲମରିଚ, ଲବଙ୍ଗ, ପକାଇ କିଛି ସମୟ ଭାଜନ୍ତୁ। ଏହା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଭଲରେ କଷାଇ ଦିଅନ୍ତୁ। ଏହା ପରେ କଟା ପିଆଜ ପକାଇ ଭଲରେ ଭାଜି ଦିଅନ୍ତୁ। ଏହା ପରେ ଲୁଣ, କଞ୍ଚା ଲଙ୍କା, ଟମାଟୋ ,ଏବଂ ଲଙ୍କା ଗୁଣ୍ଡ ପକାଇ ସିଝିବାକୁ ଛାଡ଼ି ଦିଅନ୍ତୁ।
ମସଲା ସିଝି ଗଲା ପରେ ଚିକେନ୍କୁ ମଇଦାରେ ଗୋଳାଇ କଡେଇରେ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହା ପରେ ଲୁଣ ପକାଇ ଆଉ ଥରେ ଗୋଳାଇ ଦିଅନ୍ତୁ। ଏବେ ଚିକେନ୍ରେ ଦହି ପକାଇ ଗୋଳାଇ ଦିଅନ୍ତୁ। ଦହି ଚିକେନ୍ ହୋଇଥିବାରୁ ଏଥିରେ ଦହିର ମାତ୍ରା ଅଧିକ ରହିବ। ଏବେ ଚିକେନ୍ରେ ପାଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ।
ସିଝି ଗଲା ପରେ ସେଥିରେ ଧନିଆ ପାଉଡର୍, ଜିରା ପାଉଡର୍, କସ୍ତୁରି ମେଥି, ଧନିଆ ପତ୍ର ଏବଂ ଶେଷରେ ଗରମ ମସଲା ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦହି ଚିକେନ୍।
ଏହାକୁ ରୁମାଲ୍ ରୁଟି ବା ସାଧା ରୁଟି ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ।
from Odisha Reporter https://ift.tt/2YdWpEC
No comments:
Post a Comment