ବାଇକ୍‌-ବସ୍ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ଦୁଇ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ବାଇକ୍‌-ବସ୍ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ଦୁଇ ମୃତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ନମ୍ୱର ଜାତୀୟ ରାଜପଥରେ ଏକ ବସ୍‌ ବାଇକକୁ ଧକ୍କା ଦେବାରୁ ଜଣେ କଲେଜ ଛାତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସନ୍ତୋଷ ପ୍ରଧାନ(୨୦) ଓ ସୀମାରେଖା ବିଶ୍ୱାଳ। ସେମାନଙ୍କ ଘର ବାଘିଆବନ୍ଧ ଗାଁରେ। ସୀମାରେଖା ଦେବଗଡ଼ କଲେଜରେ ଯୁକ୍ତ ୨ ଶ୍ରେଣୀର ଛାତ୍ରୀ ଥିଲେ।

ଆଜି ସକାଳ ପ୍ରାୟ ୭ଟା ବେଳେ ସନ୍ତୋଷ ଓ ସୀମାରେଖା ଏକ ବାଇକ୍‌ରେ  ଦେବଗଡ଼ ଯାଉଥିଲେ। ଏହି ସମୟରେ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନମ୍ୱର ଜାତୀୟ ରାଜପଥରେ ଦେବଗଡ଼ରୁ ଅନୁଗୋଳ ଯାଉଥିବା ଏକ ବସ୍‌  ସହ ମୁହାଁମୁହିଁ  ଧକ୍କା ହୋଇଥିଲା। ବାଇକ୍‌ଟି କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କର ମୃତ୍ୟୁ ଘଟିଥିବାବେଳେ ସୀମାରେଖା ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।।



from Odisha Reporter https://ift.tt/30lqGPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages