ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡ଼ାଇଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡ଼ାଇଲେ ଗ୍ରାମବାସୀ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର)ଗୁଣିଗାରେଡି ସନ୍ଦେହରେ ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡାଇଲେ ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ବାଘସିଉନି ପଂଚାୟତ ନୂଆଗଡ଼ ଗାଁରେ।  ଅଭିଯୋଗ ଅନୁସାରେ କିଛି ଦିନ ତଳେ ଗାଁର କିଛି ଲୋକଙ୍କ  ଗାଇ, ଛେଳି ଓ ମେଣ୍ଢା ପ୍ରାଣ ହରାଇଥିଲ।

ତେବେ ଗୁଣି ଗାରେଡି ସନ୍ଦେହରେ ଏଭଳି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ବନମାଳୀ ଜାନି ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ ଟାର୍ଗେଟ କରିଥିଲେ।  ପରେ ପରିବାରର ସମସ୍ତେ ଘରେ ଥିବା ସମୟରେ ଗାଁର ୫ ଜଣ ସଦସ୍ୟ ଘରୁ ଜବରଦସ୍ତ ଟାଣି ଆଣି ତତଲା ଗୋବର ପାଣିରେ ହାତ ବୁଡାଇ ଦେଇଥିଲେ।

ଏଥିରେ ବନମାଳୀଙ୍କ ସହ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ନବରଙ୍ଗପୁର ଥାନାରେ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।



from Odisha Reporter https://ift.tt/30lhYAz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages