ଟ୍ରେନ୍ ବିଳମ୍ୱ ହେବାର ତଦନ୍ତ କରି ଚାକିରିରୁ ନିଲମ୍ବିତ ହୋଇଥିଲେ, ୧୨ ବର୍ଷ ପରେ ଚାକିରି ଫେରି ପାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ଟ୍ରେନ୍ ବିଳମ୍ୱ ହେବାର ତଦନ୍ତ କରି ଚାକିରିରୁ ନିଲମ୍ବିତ ହୋଇଥିଲେ, ୧୨ ବର୍ଷ ପରେ ଚାକିରି ଫେରି ପାଇଲେ

ନୂଆଦିଲ୍ଲୀ: ଟ୍ରେନ୍ ବିଳମ୍ୱ ହେଉଥିବାର କାରଣ ଜାଣିବା ପାଇଁ ନିଜେ ତଦନ୍ତ କରି ଚାକିରିରୁ ନିଲମ୍ୱିତ ହୋଇଥିଲେ ରେଲଓ୍ୱେ ମାଜିଷ୍ଟ୍ରେଟ୍ ମଣ୍ଟୁ ମଲ୍ଲିକ। ଏବେ କୋଲକାତା ହାଇକୋର୍ଟ ଏହି ନିଲମ୍ୱନ ଆଦେଶ ହଟାଇବା ପରେ ଚାକିରି ଫେରି ପାଇଛନ୍ତି ମଣ୍ଚୁ।

୫ ମେ, ୨୦୧୭ରେ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନର ମାଜିଷ୍ଟ୍ରେଟ୍ ମଣ୍ଟୁ ମଲ୍ଲିକ ଲେକ୍ ଗାର୍ଡେନସ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ଅପେକ୍ଷା କରିଥିଲେ । ତେବେ ଏହି ଲୋକାଲ ଟ୍ରେନକୁ ବହୁତ ବିଳମ୍ୱ କରିଥିଲା ଷ୍ଟେସନରେ ପହଞ୍ଚିବାକୁ। ଏହାପରେ ଷ୍ଟେସନରେ ଥିବା ଯାତ୍ରୀଙ୍କୁ ଟ୍ରେନ ବିଳମ୍ୱର କାରଣ ନିଜେ ପଚାରିଥିଲେ ମାଜିଷ୍ଟ୍ରେଟ୍ ମଣ୍ଟୁ।

ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ଟ୍ରେନର ଡ୍ରାଇଭର ଏବଂ ଗାର୍ଡସଙ୍କ ମିଲିଭଗତରେ ଏହି ଟ୍ରେନ୍ ବିଳମ୍ୱ ହେଉଛି। ସ୍ମଗଲର ମାନେ ବିଭିନ୍ନ ବେଆଇନ ଜିନିଷ ବିଭିନ୍ନ ସ୍ଥାନରୁ ଏହି ଟ୍ରେନରେ ଉଠାଉଥିବାରୁ ଟ୍ରେନ ବିଭିନ୍ନ ସ୍ଥାନରେ ରହୁଥିଲା। ପରିଣାମସ୍ୱରୂପ ଟ୍ରେନ୍ ପହଞ୍ଚିବାରେ ବିଳମ୍ୱ ହେଉଥିଲା। ଅଧିକ ପ୍ରମାଣ ପାଇଁ ନିଜେ ମାଜିଷ୍ଟ୍ରେଟ୍ ମଣ୍ଟୁ ଟ୍ରେନର ମୋଟର ମ୍ୟାନ କ୍ୟାବିନରେ ବେଆଇନ ଭାବରେ ଯାତ୍ରା କରି ଟ୍ରେନ ବିଳମ୍ୱର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ଏହାପରେ ମୋଟର ମ୍ୟାନ୍ ଏବଂ ଟ୍ରେନ ଗାର୍ଡଙ୍କୁ ନିଜ କୋର୍ଟକୁ ଆଣି ଟ୍ରେନ ବିଳମ୍ୱର ରିପୋର୍ଟ ଦେବାକୁ ମୌଖିକ ଭାବରେ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ମାଜିଷ୍ଟ୍ରେଟଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ ରେଳ କର୍ମଚାରୀ। ଏମିତିକି ସିଆଲଦା ଷ୍ଟେସନରେ ଟ୍ରେନ ସେବା କିଛି ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ଏହାପରେ ସରକାର ମଲ୍ଲିକଙ୍କୁ ନିଲମ୍ୱିତ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ରାଜ୍ୟପାଳ ମଧ୍ୟ ମଲ୍ଲିକଙ୍କ ଅପିଲକୁ ଖାରଜ କରି ଦେଇଥିଲେ। ଶେଷରେ ୨୦୧୭ରେ କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଣ୍ଟୁ ମଲ୍ଲିକ। ଏଠିବି ଜଣେ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମଣ୍ଟୁଙ୍କ ଅପିଲକୁ ଖାରଜ କରିଦେଇଥିଲେ। ଏହାପରେ ଦୁଇ ଜଣିଆ ବିଚାରପତି ନିଯୁକ୍ତି କରି ଶୁଣାଣି ପାଇଁ ନିବେଦନ କରିଥିଲେ ମଣ୍ଟୁ। ଯେଉଁଥିରେ ନିଜେ ଓକିଲ ଦେବା ବଦଳରେ ପକ୍ଷ ରଖିଥିଲେ କୋର୍ଟରେ।

ହାଇକୋର୍ଟ ଉଭୟ କୋର୍ଟ ଏବଂ ମଣ୍ଟୁଙ୍କ ପକ୍ଷ ଶୁଣିବା ପରେ ଶୁଣାଣି କରିଥିଲେ। ଯେଉଁଥିରେ କୋର୍ଟ ମଣ୍ଟୁଙ୍କ ବିରୋଧରେ ତଳ କୋର୍ଟ ନେଇଥିବା ନିଷ୍ପତ୍ତିକୁ ଖାରଜ କରି ନିଜ ବିରୋଧରେ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ଏମିତିକି ସରକାରଙ୍କୁ ମଣ୍ଟୁଙ୍କ ୧୨ ବର୍ଷର ଦରମାର ୭୫ ପ୍ରତିଶତ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାଜିଷ୍ଟ୍ରେଟ ମଣ୍ଟୁଙ୍କୁ ନିଜ କ୍ଷମତାରୁ ବାହାରି କାର୍ଯ୍ୟ କରୁଥିବାରୁ ମଣ୍ଟୁଙ୍କୁ ଚେତାବନୀ ଦେଇଛନ୍ତି। ଏହାପରେ ମଣ୍ଟୁ ମଲ୍ଲିକ୍ ପୁଣି ତାଙ୍କ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ରହିଛି।



from Odisha Reporter https://ift.tt/2XUx9Do

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages