ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 15, 2019

ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।  ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିଷ୍ଟ ନୀତି ସବୁ ସଂପନ୍ନ ହୋଇଛି। ୧୦ଟା ସୁଦ୍ଧା ଶେଷ ହେବ ଗୋପାଳ ବଲ୍ଲଭ। ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ କରାଯିବ।

ଦିନ ୧୨ଟାରୁ ୧ଟା ମଧ୍ୟରେ ମଇଲମ ଓ ବେଶ ହେବ । ୧୦ଟା ୪୫ରୁ ୧ଟା୩୦ ମଧ୍ୟରେ ଭୋଗ ମଣ୍ଡପ ହେବ। ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଓ ୨ଟା ୧୫ରୁ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ହେବ। ଅପରାହ୍ଣ ୪ଟାରେ ମଇଲମ ଓ ୪ଟା ୩୦ରେ ତଡ଼ପଲାଗି ହେବ।

ଗ୍ରହଣ ସ୍ପର୍ଶ ରାତି ୧ଟା ୩୦ ମିନିଟ ୫୨ ସେକେଣ୍ଡ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି ହେବ।  ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।

ସେହିପରି ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ‌ଆଜି ଅପରାହ୍ନ ସାଢେ ୪ଟାରେ ଦେବନୀତି ବନ୍ଦ ରହିବ। ରାହୁଗ୍ରସ୍ତ ସମୟରେ ମହାପ୍ରଭୁ ଲିଙ୍ଗରାଜ ବିନ୍ଦୁ ସାଗର ଯାଇ ସ୍ନାନ କରିବେ। ୧୭ ତାରିଖ ସକାଳ ୫ଟା ୩୦ ସୁଦ୍ଧା ବଡସିଂହାର ନୀତି କାମ ଶେଷ ହେବ ବୋଲି ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି  ଚନ୍ଦ୍ର ଗ୍ରହଣ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଦେଖିବାକୁ ମିଳିବ।  ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ଚନ୍ଦ୍ର ଗ୍ରହଣ ପଡୁଛି।



from Odisha Reporter https://ift.tt/2Sif5O0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages