ଡ୍ରିମ୍‌ଗାର୍ଲ ଝାଡ଼ୁ ମାରିବା ଦେଖି ଧର୍ମେନ୍ଦ୍ର ଖାଇଲେ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 15, 2019

ଡ୍ରିମ୍‌ଗାର୍ଲ ଝାଡ଼ୁ ମାରିବା ଦେଖି ଧର୍ମେନ୍ଦ୍ର ଖାଇଲେ ଝଟକା

ନୂଆଦିଲ୍ଲୀ: ସ୍ୱଚ୍ଛତା ଅଭିଯାନ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ କିଛି ଦିନ ପୂର୍ବେ ସଂସଦ ପରିସରରେ ସାଂସଦମାନେ ଝାଡ଼ୁ କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା।  ବଲିଉଡର ଡ୍ରିମ୍‌ଗାର୍ଲ ତଥା ମଥୁରାର ସାଂସଦ ହେମାମାଲିନୀ ମଧ୍ୟ ବେଶ୍‌ ଉତ୍ସାହର ସହ ଝାଡୁ ଲଗାଇଥିଲେ। କିନ୍ତୁ ହେମାମାଲିନୀ ଯେଉଁପରି ଭାବେ ଝାଡ଼ୁ କରୁଥିଲେ, ତାକୁ ନେଇ ସୋଶାଲ ମିଡିଆ ୟୁଜର୍ସମାନେ ତାଙ୍କୁ ଖୁବ୍‌ ଟ୍ରଲ୍‌ କରିଛନ୍ତି। ଆଉ ଏହାକୁ ନେଇ ତାଙ୍କ ସ୍ୱାମୀ ତଥା ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।

ଧର୍ମେନ୍ଦ୍ରଙ୍କୁ ଟ୍ୱିଟ କରି ଜଣେ ୟୁଜର ପଚାରିଲେ, ମ୍ୟାଡାମ ଘରେ କେବେ ଝାଡୁ କରିବାର ଆପଣ ଦେଖିଛନ୍ତି। ଏହି ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ ମଧ୍ୟ ପତ୍ନୀଙ୍କ ଝାଡୁ ମାରିବା ଶୈଳୀ ଦେଖି ତାଙ୍କୁ ଝଟକା ଲାଗିଥିବା କହିଛନ୍ତି। ଅଭିନୟରେ ନିପୁଣା ହେମାମାଲିନୀ ଝାଡ଼ୁ ମାରିବା ସମୟରେ ପୁରା  ଅନାଡି ପରି ଲାଗୁଥିବା ସେ କହିଛନ୍ତି।

ଅପରପକ୍ଷେ ନିଜେ ଧର୍ମେନ୍ଦ୍ର କିନ୍ତୁ ସବୁ କାମରେ ପାରଙ୍ଗମ ବୋଲି କହିଛନ୍ତି। ମୁଁ ଛୋଟ ଥିବା ବେଳେ ସବୁବେଳେ ମା’କୁ କାମରେ ସାହାଯ୍ୟ କରୁଥିଲି। ମୁଁ ଝାଡ଼ୁ କରିବାରେ ମାହିର୍‌। ମୋତେ ସ୍ୱଚ୍ଛତା ବି ଖୁବ୍‌ ପସନ୍ଦ ବୋଲି ସେ ଟ୍ୱିଟ କରିଛନ୍ତି । ବଲିଉଡର ହି-ମ୍ୟାନଙ୍କ ଏପରି ପ୍ରତିକ୍ରିୟାକୁ ୟୁଜର୍ସମାନେ ସ୍ୱାଗତ କରିଛନ୍ତି।

ବଲିଉଡର ଏହି ସୁପରହିଟ୍‌ ଯୋଡ଼ି ୧୯୮୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେମାମାଲିନୀ ଏବେ ରାଜନୀତିରେ ବ୍ୟସ୍ତ ରହୁଥିବା ବେଳେ ଏସବୁ କୋଳାହଳଠୁ ଦୂରରେ ନିଜ ଫାର୍ମ ହାଉସ୍‌ରେ ଶାନ୍ତିର ସହ ଜୀବନ କାଟୁଛନ୍ତି ଧର୍ମେନ୍ଦ୍ର। ନିଜେ ହଳ କରୁଥିବା ତଥା ଗାଈଗୋରୁଙ୍କ କଥା ବୁଝୁଥିବାର ଭିଡିଓ ଅପ୍‌ଲୋଡ କରି ବେଶ୍‌ ପ୍ରଶଂସା ମଧ୍ୟ ସାଉଁଣ୍ଟୁଛନ୍ତି ଏହି ଅଭିନେତା।



from Odisha Reporter https://ift.tt/2NVys0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages