ଧାରା ୩୭୦ ପାଇଁ ଦିନେ କଶ୍ମୀରର ନାଗରିକତା ହରାଇଥିଲେ ଏହି ଟେଲି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଧାରା ୩୭୦ ପାଇଁ ଦିନେ କଶ୍ମୀରର ନାଗରିକତା ହରାଇଥିଲେ ଏହି ଟେଲି ଅଭିନେତ୍ରୀ

ନୂଆଦିଲ୍ଲୀ: ଗତକାଲି ସଂସଦରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ। ଏହି ଧାରା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍‌ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଟେଲି ଅଭିନେତ୍ରୀ ଏକତା କୌଲ୍‌ ୩୭୦ ଉଠିବା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି।

ଏହାର କାରଣ ଏକତା କଶ୍ମୀରର ଝିଅ କିନ୍ତୁ ଗତବର୍ଷ ଅଭିନେତା ସୁମିତ୍‌ ବ୍ୟାସଙ୍କୁ ବିବାହ କରିବା ପରେ ସେ କଶ୍ମୀରର ନାଗରିକତ୍ୱ ହରାଇଥିଲେ। ଏହାକୁ ନେଇ ଏକତା କହିଛନ୍ତି, “ସକାଳେ ମୋର ବାପା ଫୋନ୍‌ କରି ଟିଭି ଦେଖିବା ପାଇଁ କହିଥିଲେ। ମୁଁ ଏହି କଥାକୁ ନେଇ ଖୁସି ଯେ କଶ୍ମୀର ପୁଣି ଥରେ ମୋର ରାଜ୍ୟ ହୋଇଗଲା। ସରକାରଙ୍କର ନିଷ୍ପତ୍ତି ପରେ ମୁଁ ଏହି ଦିନକୁ ସେଲେବ୍ରେଟ୍‌ କରୁଛି।”

 

ଏକତା ଆହୁରି ମଧ୍ୟ କହିଛନ୍ତି, “ବିବାହ ପରେ ମୁଁ ଅନୁଭବ କରିଥିଲି ଯେ ସବୁକିଛି କେତେ ଶୀଘ୍ର ପରିବର୍ତ୍ତନ ହେଉଛି। ମୋ ପାଇଁ ସବୁକିଛି ଅଚାନକ ବଦଳି ଯାଇଥିଲା। ମୁଁ କଶ୍ମୀରରେ ଏକ ଜମି କିଣିବା ପାଇଁ ଇଚ୍ଛା ରଖିଥିଲି ଏବଂ ସବୁଦିନ ପାଇଁ ସେଠାକୁ ଯିବାକୁ ମଧ୍ୟ ଚାହୁଁଛି। କିନ୍ତୁ ବିବାହ ପରେ ଏସବୁ ସମ୍ଭବ ନୁହେଁ ଏବଂ ମୁଁ କଶ୍ମୀରର ଏକ ଅଂଶ ହୋଇ ରହିନାହିଁ ବୋଲି ଭାବି ନେଇଥିଲି। ଏବେ ମୋର ଆଶା ଅଛି ଯେ ସବୁକିଛି ପୁଣି ବଦଳି ଯିବ।”

ସୂଚନା ଅନୁସାରେ ଏକତା ଜମ୍ମୁ-କଶ୍ମୀର ଜନ୍ମ ନେଇଛନ୍ତି ଏବଂ ୨୦୧୮ରେ ସେ ଅଭିନେତା ସୁମିତ ବ୍ୟାସଙ୍କୁ ବିବାହ କରିଥିଲେ। ଧାରା ୩୭୦ ଉଚ୍ଛେଦ ହେବା ପରେ ବର୍ତ୍ତମାନ କଶ୍ମୀରର ସମସ୍ତ ମହିଳା ଯେ କୌଣସି ରାଜ୍ୟର ପୁରୁଷଙ୍କୁ ବିବାହ କଲେ ମଧ୍ୟ ସେମାନଙ୍କ ନାଗରିକତା ରଦ୍ଦ କରାଯିବ ନାହିଁ।



from Odisha Reporter https://ift.tt/2YselMD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages