ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରେଳରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରେଳରୋକ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରେଳରୋକ। ଏଥିଯୋଗୁ ଦୀର୍ଘ ସମୟ ଧରି ୩ଟି ଟ୍ରେନ୍ ଷ୍ଟେସନରେ ଅଟକି ରହିଲା । ଆଜି ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡିରେ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ଲିଟିଗୁଡା ନିକଟ ରେଳ ଲାଇନ୍‌ କଡ଼ରୁ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ନାଁ ଅମିର ବେନ୍ୟା । ତାଙ୍କ ଘର ଲିଟିଗୁଡାରେ।

ଟ୍ରେନ୍‌ରେ କଟି ଅମିର ପ୍ରାଣ ହରାଇଥିବା ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ଲୁକା ଷ୍ଟେସନରେ ପହଞ୍ଚି ରେଳରୋକ କରିଥିଲେ। ଫଳରେ ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ଧରି ୩ଟି ଟ୍ରେନ୍ ଷ୍ଟେସନରେ ଅଟକି ରହିଥିଲା। ଡୁମୁରିପୁଟରେ କୋରାପୁଟ-ବିଶାଖାପାଟଣା ଡିଏମ୍‌ୟୁ ଓ କୋରାପୁଟରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଅଟକି ରହିଥିଲା। ଏହାବ୍ୟତୀତ ବାଇଗୁଡ଼ା ଷ୍ଟେସନରେ ରାଉରକେଲା ଏକ୍ସପ୍ରେସ୍‌ ଅଟକି ରହିଥିଲା।  ଏଥିଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ।

ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଟ୍ରେନ୍‌ରେ କଟି ଯୁବକ ପ୍ରାଣ ହରାଇ ନଥିବା ପୁଲିସ  କହିବା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରେନ୍ ଲାଇନ୍‌ ଧାରଣାରୁ ହଟିଥିଲେ। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏବେ ବି ଆନ୍ଦୋଳନ ଜାରି ରହିଛି।



from Odisha Reporter https://ift.tt/2MF668Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages