ଧାରା ୩୭୦ ଉଚ୍ଛେଦକୁ ସୁପ୍ରିମକୋର୍ଟରେ କରାଯିବ ଚ୍ୟାଲେଞ୍ଜ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଧାରା ୩୭୦ ଉଚ୍ଛେଦକୁ ସୁପ୍ରିମକୋର୍ଟରେ କରାଯିବ ଚ୍ୟାଲେଞ୍ଜ!

ନୂଆଦିଲ୍ଲୀ: ସୋମବାର ଏକ ଐତିହାସିକ ନିଷ୍ପତ୍ତିକ୍ରମେ ମୋଦି ସରକାର ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିଛନ୍ତି। ଏ ସଂକ୍ରାନ୍ତ ବିଲ୍‌ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି। ହେଲେ ଏବେ ଏହି ଦୁଇ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଜଣାପଡ଼ିଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୭୦ ଥିବା ସେକ୍ସନ ୩ ଜରିଆରେ ହିଁ ୩୭୦ ଧାରାକୁ ଉଚ୍ଛେଦ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ଜମ୍ମୁ-କଶ୍ମୀରରେ ରାଜ୍ୟ ସରକାର ନଥିବାରୁ ରାଷ୍ଟ୍ରପତି ଏହାକୁ କେବେ ହେଲେ ଅନୁମୋଦନ ଦେଇ ପାରିବେ ନାହିଁ ବୋଲି ଜଣେ ବରିଷ୍ଠ ଓକିଲ କହିଛନ୍ତି। ଏଥିସହ ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ ଜମ୍ମୁ-କଶ୍ମୀର ସରକାରଙ୍କ ସହ କଥା ହେବାର ବ୍ୟବସ୍ଥା ରହିଛି। ଏବେ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଚାଲୁଛି। ଏହାସତ୍ତ୍ୱେ ରାଷ୍ଟ୍ରପତି କେମିତି ୩୭୦ ଧାରାକୁ ଉଚ୍ଛେଦ କରିବାକୁ ବିଜ୍ଞପ୍ତି ପ୍ରକାଶ କଲେ ଓକିଲ ଜଣଙ୍କ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/33gM0HS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages