ଜମ୍ମୁ କଶ୍ମୀର ସ୍ଥିତିରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଯୁବ ଆଇଏଏସ୍ ଅଫିସର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 24, 2019

ଜମ୍ମୁ କଶ୍ମୀର ସ୍ଥିତିରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଯୁବ ଆଇଏଏସ୍ ଅଫିସର୍

ଥିରୁଅନନ୍ତପୁରମ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ନିକଟକୁ ପଠାଇ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଯାହା ଉପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ଠିକ୍ କି ଭୁଲ୍ ସେ ବାବଦରେ କିନ୍ତୁ ଗୋପୀନାଥ ତାଙ୍କର ନିଜର ମତାମତ ରଖି ନାହାନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପୀନାଥ କହିଛନ୍ତି ‘ଜମ୍ମୁ କଶ୍ମୀରରେ ୨୦ ଦିନ ହେଲା ଧାରା ୩୭୦ ଉଚ୍ଛେଦ ହୋଇଛି। ଏଯାଏ କିନ୍ତୁ ଲକ୍ଷ ଲକ୍ଷ ଜମ୍ମୁ କଶ୍ମୀର ବାସୀ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜମ୍ମୁ କଶ୍ମୀର ବାସୀ ଯଦି ବି ଆନ୍ଦୋଳନ କରିଥାନ୍ତେ ତାହା ତାଙ୍କର ମୌଳିକ ଅଧିକାର। ଦେଶର ଗୋଟିଏ ରାଜ୍ୟରେ ଏଭଳି ସ୍ଥିତି ରହିଥିବା ବେଳେ ସାରା ଭାରତ ଏହାକୁ ସମର୍ଥନ କରୁଛି’ ବୋଲି ସେ କହିଛନ୍ତି।

ଏଥିସହ ଜମ୍ମୁ କଶ୍ମୀରର ଜଣେ ଆଇଏଏସରୁ ରାଜନେତା ପାଲଟିଥିବା ଶାହ ଫେଜାଲଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଶ୍ରୀନଗର ଫେରାଇ ଦେବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି। ଇସ୍ତଫା ପରେ ଆଗାମୀ ଦିନରେ ସେ କଣ କରିବେ ସେ ନେଇ ଆଇଏଏସ ଅଫିସର ଗୋପୀନାଥ କୌଣସି ସୂଚନା ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ଖରାପ ହୋଇପାରେ ଆଶଙ୍କା କରି ଧାରା ୧୪୪ ଲାଗୁ କରିଥିଲେ। ଏଥିସହ ଆତଙ୍କବାଦୀ ଆଶଙ୍କା ଥିବାରୁ ସମସ୍ତ ସ୍ଥାନରେ ଅତିରିକ୍ତ ସେନା ମୁତୟନ କରିଥିଲେ। ଏମିତିକି ଫୋନ୍ ଏବଂ ଇଣ୍ଚରନେଟ୍ ସେବା ବନ୍ଦ ରହିଥିଲା। ଚଳିତ ସପ୍ତାହର ଆରମ୍ଭରୁ ଜମ୍ମୁ କଶ୍ମୀରରେ ଧାରା ୧୪୪ କୋହଳ କରାଯିବା ସହିତ ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି।

ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ତାଙ୍କ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସ୍ଥାନୀୟ ସରକାରଙ୍କ ବିଦ୍ୟୁତ୍ ବିଭାଗ କ୍ଷତିରେ ଚାଲୁଥିବା ବେଳେ ସେ ତାଙ୍କର ନିଜସ୍ୱ ଉଦ୍ୟମ ବଳରେ ଏହି ବିଭାଗକୁ ଲାଭରେ ପରିଣତ କରାଇଥିଲେ।

 



from Odisha Reporter https://ift.tt/2L51nef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages