ଦନ୍ତା ଆକ୍ରମଣରେ ଜଣେ ମୃତ, ଦୁଇ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 24, 2019

ଦନ୍ତା ଆକ୍ରମଣରେ ଜଣେ ମୃତ, ଦୁଇ ଆହତ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ର ସଦର ଫରେଷ୍ଟ୍‌ ରେଞ୍ଜ୍‌ରେ ଗତକାଲି ଏକ ଦନ୍ତାହାତୀ ପଶି ଭାରି ଉତ୍ପାତ ହୋଇଥିଲା। ହାତୀଟି ଯେଉଁ ଅଞ୍ଚଳ ଦେଇ ଯାଇଥିଲା, ସେଠାରେ ଯାବତୀୟ କ୍ଷତି ଘଟାଇଥିଲା। ଏପରିକି ଏହା ଲୋକଙ୍କୁ ବି ଆକ୍ରମଣ କରିଥିଲା।

ଗତକାଲି ରାତିରେ ଏହି ଦନ୍ତାହାତୀ ହୁଟୁପାନୀ, ପେରୁଆଭାଡ଼ି, ହିମରପୁର ଓ କଟିଙ୍ଗିଡ଼ିହି ଗାଁରେ ପଶି ଥିଲା। ଏହି ସବୁ ଗାଁରେ ହାତୀଟି କିଛି ଘର ଭାଙ୍ଗି ଥିବା ବେଳେ ଜଣଙ୍କୁ ଦଳି ମାରି ଦେଇଥିଲା। ସେହିପରି ଏକ ଦମ୍ପତିଙ୍କୁ ଆକ୍ରମଣ କରି ଗୁରୁତର ଆହତ ମଧ୍ୟ କରି ଦେଇଛି।

ସୂଚନା ଅନୁଯାୟୀ, କଟିଙ୍ଗିଡ଼ିହି ଗାଁର ଜଣେ ବୃଦ୍ଧ ଗତକାଲି ରାତିରେ ଏକ ମଣ୍ଡପରେ ଶୋଇଥିଲେ। ଏହି ସମୟେ ହାତୀଟି ମଣ୍ଡପର କବାଟ ଭାଙ୍ଗି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।  ତାଙ୍କ ନାଁ ଶଙ୍କର ତନ୍ତୀ। ସେହିପରି ହିମରପୁର ଗାଁର କୁମରମଣି ସାହୁ ସପରିବାରେ ଘରେ ଶୋଇଥିବା ବେଳେ ହାତୀ ତାଙ୍କ ଘର ଭାଙ୍ଗୁଥିବା ଜାଣି ପାରିଥିଲେ। ଏହାପରେ ସେ ତାଙ୍କ ସ୍ତ୍ରୀ ପଦ୍ମିନୀ ଏବଂ ପୁଅ ସହିତ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲା। ହାତୀ ଆକ୍ରମଣରେ କୁମରମଣି ଓ ତାଙ୍କ ପତ୍ନୀ ପଦ୍ମିନୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କୁମରମଣିଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ହୁଟୁପାନୀ ଗାଁରେ ପଶି ଏହି ଦନ୍ତାହାତୀ ଗୋଟିଏ ଘର ଭାଙ୍ଗି ଦେଇଛି। ହିମରପୁର ଓ କଟିଙ୍ଗିଡ଼ିହି ମଧ୍ୟରେ ହାତୀଟି ଗୋଟିଏ ଲେଖାଏ ଘର ଭାଙ୍ଗି ଦେଇଛି। କଟିଙ୍ଗିଡ଼ିହି ସ୍କୁଲ୍‌ର କାନ୍ଥ ଭାଙ୍ଗି ମଧ୍ୟାହ୍ଣ ଭୋଜନ ଚାଉଳ ବି ଖାଇ ଦେଇଥିଲା।

ଗତକାଲି ଏହି ଦନ୍ତାହାତୀ ଝାରଖଣ୍ଡ ପଟୁ ସୁନ୍ଦରଗଡ଼ ସଦର ଫରେଷ୍ଟ୍‌ ରେଞ୍ଜ ଦେଇ ହୁଟୁପାନୀ ଗାଁରେ ପ୍ରବେଶ କରି ଆତଙ୍କ ଖେଳାଇଥିଲା। ହାତୀଟି ସୁନ୍ଦରଗଡ଼ ସଦର ଫରେଷ୍ଟ୍ ରେଞ୍ଜରେ ପଶିବା ପରଠାରୁ ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଟ୍ରାକିଂରେ ରଖିଥିଲେ। ତଥାପି ଧନଜୀବନ କ୍ଷୟକ୍ଷତିକୁ ଅଟକାଇ ପାରି ନଥିଲେ।

ଶେଷ ଖବର ସୁଦ୍ଧା ହାତୀଟି କଟିଙ୍ଗିଡ଼ିହି ନିକଟସ୍ଥ ଇବ୍‌ ନଦୀ ପାରି ହୋଇ ଉଜ୍ୱଳପୁ଼ର ଫରେଷ୍ଟ୍‌ ରେଞ୍ଜର ଡାହିନିଡ଼ିହି ପଟୁକୁ ଗତି କରୁଛି। ବନ ବିଭାଗ ଓ ପୁଲିସ୍‌ କର୍ମଚାରୀମାନେ  ହାତୀଟିକୁ ଘୋଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।



from Odisha Reporter https://ift.tt/30z20n4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages