ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏଥିରେ ଫସ୍ଫରସ୍, ଭିଟାମିନ୍, ସେଲେନିୟମ୍, ପ୍ରୋଟିନ୍, ସୋଡିୟମ୍, କାର୍ବୋହାଇଡ୍ରେଡ୍, ଆଇରନ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ଆଦି ଭରି ରହିଛି। ଯେଉଁ ସବୁ ଖାଦ୍ୟଗୁଡ଼ିକ ମାଂସପେଶୀ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି, ସେଗୁଡ଼ିକ ମଧ୍ୟରେ ଅଣ୍ଡା ବି ରହିଛି। ତେବେ ଆପଣ ଜାଣନ୍ତି, ଏହା ଶରୀରକୁ ଶକ୍ତି ଦେବା ସହ ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଏକ ସର୍ଭେରୁ ଜଣାପଡ଼ିଛି, ପ୍ରତିଦିନ ଅଣ୍ଡା ଖାଇଲେ ଓଜନ ହ୍ରାସ ପାଇଥାଏ। ତେବେ ଆସନ୍ତୁ ଜାଣିବା, ଏହା କେମିତି ଓଜନ କମ୍ କରେ।
୧) ସାଧାରଣତଃ ଓଜନ କମ୍ କରିବା ପାଇଁ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ଆଉ ଅଣ୍ଡାରେ କମ୍ କ୍ୟାଲୋରୀ ରହିଛି। ଏଣୁ ଆପଣ ଏହାକୁ ପ୍ରତିଦିନ ଖାଇ ପାରିବେ। ଗୋଟିଏ ଦିନରେ ଆପଣ ଦୁଇ ତିନୋଟି ଅଣ୍ଡା ଖାଇ ପାରିବେ।
୨) ଏମିତି ଅନେକ ଖାଦ୍ୟ ପଦାର୍ଥ ଅଛି, ଯାହାକୁ ଯେତେ ଖାଇଲେ ବି ପେଟ ଭରି ନଥାଏ। କାରଣ ସେହି ସବୁ ଖାଦ୍ୟରେ ପ୍ରୋଟିନ୍ର ମାତ୍ରା କମ୍ ଥାଏ। ଏଭଳି ସ୍ଥିତରେ ଆପଣ ଅଣ୍ଡା ଖାଇ ପାରିବେ। କାରଣ ଅଣ୍ଡାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ଏହାକୁ ଖାଇଲେ ପେଟ ପୂରିଲା ପୂରିଲା ଲାଗେ ଓ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ ନାହିଁ। ଏହା ଫଳରେ ଆପଣଙ୍କ ଡାଏଟ୍ କଣ୍ଟ୍ରୋଲ୍ ହୁଏ ଓ ଓଜନ ବି ହ୍ରାସ ପାଇଥାଏ।
୩) ଅଣ୍ଡା ଶରୀରର ମେଟାବୋଲିଜିମ୍କୁ ସକ୍ରିୟ କରିଥାଏ। ଫଳରେ ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀରରୁ ୮୦-୧୦୦ କ୍ୟାଲୋରୀ କମ୍ ହୋଇଥାଏ ।
୪) ଅଣ୍ଡା ଖାଇଲେ ପେଟରେ ଜମି ରହିଥିବା ଅତ୍ୟଧିକ ଚର୍ବି ମଧ୍ୟ କମିଥାଏ। ଅଣ୍ଡା ବହୁତ ଗରମ ହୋଇଥାଏ। ତେଣୁ ଏହା ପେଟର ଚର୍ବିକୁ କମ୍ କରିବାରେ ସହାୟକ ହୋଇଥାଏ।
ମନେରଖନ୍ତୁ
ଅତ୍ୟଧିକ ଅଣ୍ଡା ଖାଇଲେ ପେଟ ଗରମ ହୋଇଥାଏ। ଯଦି ଅଧିକ ଅଣ୍ଡା ଖାଉଛନ୍ତି, ତା’ହେଲେ କେବଳ ତା’ର ଧଳା ଅଂଶକୁ ହିଁ ଖା’ନ୍ତୁ।
from Odisha Reporter https://ift.tt/2Laj24g
No comments:
Post a Comment