ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ପୂର୍ବରୁ ପରଦାକୁ ଆସିବେ ଆଇପିଏସ୍ ଶିବାନୀ ରୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ପୂର୍ବରୁ ପରଦାକୁ ଆସିବେ ଆଇପିଏସ୍ ଶିବାନୀ ରୟ

ମୁମ୍ବାଇ: ଚଳିତ ବର୍ଷ ୟଶରାଜ୍‌ ବ୍ୟାନର୍‌ର ପ୍ରଥମ ଫିଲ୍ମ ‘ୱାର୍‌’  ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ଦ୍ୱିତୀୟ ଫିଲ୍ମର ରିଲିଜ୍ ତାରିଖ ବି ଘୋଷଣା କରି ଦିଆଯାଇଛି। ଏହି ବ୍ୟାନର୍‌ରେ ନିର୍ମିତ ସୁପର୍‌ହିଟ୍‌ ଫିଲ୍ମ ‘ମର୍ଦାନୀ’ର ସିକ୍ୱେଲ୍ ‘ମର୍ଦାନୀ-୨’ ଡିସେମ୍ବର ୧୩ ତାରିଖରେ ରିଲିଜ୍ ହେବ। ସଲମାନ୍‌ଙ୍କ ଫିଲ୍ମ ‘ଦବଙ୍ଗ-୩’ର ଠିକ୍‌ ସପ୍ତାହେ ପୂର୍ବରୁ ଏହା ରିଲିଜ୍‌ ହେବ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାନୀ ମୁଖାର୍ଜୀ।

ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିବା ରାନୀଙ୍କର ଏହା ପୂର୍ବରୁ ‘ମର୍ଦାନୀ’  ଓ ‘ହିଚ୍‌କି’ ଫିଲ୍ମ ରିଲିଜ୍ ହୋଇଥିଲା। ବକ୍ସ ଅଫିସ୍‌ରେ ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରିଥିବା ବେଳେ ‘ମର୍ଦାନୀ ୨’ ବି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।

‘ମର୍ଦାନୀ’ରେ ରାନୀ ସିନିଅର ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିବା ବେଳେ ‘ମର୍ଦାନୀ ୨’ରେ ଆଇପିଏସ୍‌ ଭୂମିକାରେ ଅଭିନୟ କରିଛନ୍ତି। ତେବେ ‘ମର୍ଦାନୀ ୨’ରେ ବି ତାଙ୍କ ନାଁ ଶିବାନୀ ଶିବାଜୀ ରୟ ରହିଛି। ଏହି ଫିଲ୍ମରେ ରାନୀଙ୍କର ଜଣେ ୨୧ ବର୍ଷୀୟ ଦୁର୍ଦ୍ଦାନ୍ତ ଅପରାଧୀ ସହ ମୁକାବିଲା ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୋପି ପୁଥ୍ରାନ୍‌। ସେ ଫିଲ୍ମର କାହାଣୀ ବି ଲେଖିଛନ୍ତି। ‘ମର୍ଦାନୀ’ର କାହାଣୀ ବି ସେ ଲେଖିଥିଲେ। ଫିଲ୍ମର ଅଧିକାଂଶ ଶୁଟିଂ ମୁମ୍ବାଇରେ ହୋଇଛି। ଏହା ସହିତ ଜୟପୁର ଓ ରାଜସ୍ଥାନର ଅନେକ ଭିତିରି ଅଞ୍ଚଳରେ ଏହି ଫିଲ୍ମର ଶୁଟିଂ ହୋଇଛି।

ଏହା ପୂର୍ବରୁ ରାନୀଙ୍କ ଫିଲ୍ମ ‘ହିଚ୍‌କି’ ରିଲିଜ୍‌ ହୋଇଥିଲା। ଏହା ଭାରତ ଓ ଅନ୍ୟ ଦେଶରେ ମିଶାଇ ପାଖାପାଖି୨୫୦ କୋଟି ଟଙ୍କା ଆୟ କରିଥିଲା।



from Odisha Reporter https://ift.tt/2KGD3PD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages