ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଚାଲିନି ଗୁଳି: ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଚାଲିନି ଗୁଳି: ପୁଲିସ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଏଯାଏ କୌଣସି ବଡ଼ଧରଣ ବିକ୍ଷୋଭ କିମ୍ବା ଗୁଳିମାଡ଼ ଘଟଣା ଘଟିନାହିଁ। କିଛି ଗଣମାଧ୍ୟମ ଜାଣିଶୁଣି ଲୋକଙ୍କ ମନରେ ଭୟ ଓ କ୍ରୋଧ ସୃଷ୍ଟି କରିବାକୁ ଏଭଳି ମିଥ୍ୟା ଖବର ପ୍ରକାଶ କରୁଛନ୍ତି। ତେଣୁ ଏହା ଉପରେ ବିଶ୍ୱାସ ନ କରିବାକୁ ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି।

ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ ଏକ ଭିଡିଓ ଜାରି କରି କହିଛନ୍ତି, “ଗତ ୬ ଦିନ ହେଲାଣି ପୁଲିସ୍‌ କେଉଁଠି ବି ଗୋଟିଏ ଗୁଳି ଚଳାଇନାହିଁ। ତେଣୁ ଲୋକମାନେ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବରକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଜମ୍ମୁର ୧୦ଟି ଜିଲ୍ଲାରୁ କଟକଣା ପ୍ରତ୍ୟାହାର କରି ଦିଆଯାଇଛି। କେବଳ ୫ଟି ସହରରେ କିଛି କଟକଣା ଲାଗୁ ହୋଇଛି। ଏଗୁଡ଼ିକୁ ନିୟମିତ ବ୍ୟବଧାନରେ ପ୍ରତ୍ୟାହାର କରାଯିବ।”

କଶ୍ମୀର ଆଇଜି ଏସ୍‌ପି ପାଣି ମଧ୍ୟ ଆଉ ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, “କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଜମ୍ମୁ-କଶ୍ମୀରରେ ଗୁଳି ମାଡ଼ ହୋଇଥିବା ଖବର ପ୍ରକାଶ କରିଛନ୍ତି। ହେଲେ ଏଠାରେ ମୁଁ କହିବାକୁ ଚାହେଁ, ଜମ୍ମୁ-କଶ୍ମୀରରେ ଗୋଟିଏ ସପ୍ତାହ ହେଲା ଶାନ୍ତି ସ୍ଥାପନ ହୋଇଛି। ଏଠାରେ କୌଣସି ଗୁଳିମାଡ଼ ହୋଇନାହିଁ। ଗଣମାଧ୍ୟମଗୁଡ଼ିକ ଖବର ପ୍ରକାଶ ସମୟରେ ନିଜର ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରିବେ ବୋଲି ଆଶା କରୁଛି।”

ଅନ୍ୟପକ୍ଷରେ ଆସନ୍ତାକାଲି ବକ୍ରୀ ଇଦ୍‌ ପାଇଁ ଆଜିଠାରୁ ଜମ୍ମୁର ବିଭିନ୍ନ ମାର୍କେଟ ଚଳଚଞ୍ଚଳ ହୋଇ ଉଠିଛି। ଲୋକେ କେମିତି ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ପାଇବେ ସେଥିପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଛି।

୧୪୪ ଧାରା ଜମ୍ମୁରୁ ହଟିଥିବାରୁ ଏଠାରେ ଲୋକଙ୍କ ଗହଳୀ ବଢ଼ିବା ଆରମ୍ଭ ହୋଇଛି। ଆଜି ସକାଳୁ ଲୋକମାନେ ମାର୍କେଟ ବୁଲିବା ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2GZtpGZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages