ଚଳନ୍ତା ଟ୍ରେନ୍‌ରୁ ପଡ଼ିଲା ୪ ଗଞ୍ଜେଇ ବସ୍ତା, ୩ ଗ୍ୟାଙ୍ଗମ୍ୟାନ୍ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଚଳନ୍ତା ଟ୍ରେନ୍‌ରୁ ପଡ଼ିଲା ୪ ଗଞ୍ଜେଇ ବସ୍ତା, ୩ ଗ୍ୟାଙ୍ଗମ୍ୟାନ୍ ଆହତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଶ୍ୟାମାଚରଣପୁର-ଢେଙ୍କାନାଳ ମୁଖ୍ୟ ରେଲୱେ ଷ୍ଟେସନ୍‌ ମଧ୍ୟରେ ଥିବା କଇଁଥପାଲି ନିକଟରେ ଚଳନ୍ତା ଟ୍ରେନରୁ ଗଞ୍ଜେଇ ବସ୍ତା ଖସି ପଡ଼ିବାରୁ ୩ ଜଣ ଗ୍ୟାଙ୍ଗମ୍ୟାନ୍ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଭୋର୍‌ରେ ଏହି ଘଟଣା ଘଟିଛି। ସମ୍ୱଲପୁର-ହାୱଡା ଏକ୍ସପ୍ରେସ୍‌ ଟ୍ରେନ୍‌ ଯାଉଥିବା ବେଳେ ହଠାତ୍‌ କେହି ଦୁର୍ବୃତ୍ତ ଟ୍ରେନ୍‌ ଭିତରୁ ୪ ବସ୍ତା ଗଞ୍ଜେଇ ବାହାରକୁ ଫିଙ୍ଗିଥିଲେ। ହେଲେ ଏହି ଗଞ୍ଜେଇ ବସ୍ତା ଗୁଡ଼ିକ ରେଲ୍‌ୱେ ଟ୍ରାକ୍‌ ନିକଟରେ ଡ୍ୟୁଟି କରୁଥିବା ତିନି ଜଣ ଗ୍ୟାଙ୍ଗମ୍ୟାନ୍‌ ଉପରେ ପଡ଼ିଥିଲା। ଏଥିରେ ସେମାନେ ସମସ୍ତେ ଆହତ ହୋଇଥିଲେ।

ଖବର ପାଇ ରେଲୱେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ୪ଟି ବସ୍ତାରେ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଅନୁମାନ କରାଯାଉଛି।

ଆହତ ଗ୍ୟାଙ୍ଗମ୍ୟାନ ଦୀନେଶ କୁମାର ସାହୁ କହିଛନ୍ତି,“ ଆମେ ରାତି ଡ୍ୟୁଟିରେ ଥିଲୁ। ହାୱଡା-ସମ୍ୱଲପୁର ଏକ୍ସପ୍ରେସ୍‌ ଆସୁଥିବା ଦେଖି ଆମେ ରେଳ ଲାଇନ୍‌ର ୪ ଫୁଟ୍ ଦୂରକୁ ଚାଲି ଯାଇଥିଲୁ। ହେଲେ ୩ରୁ ୪ଟି ବଗି ପାସ୍‌ କରିବା ପରେ ହଠାତ୍‌ ଏକ ବଗି ଭିତରୁ ୪ଟି  ବଡ଼ ବଡ଼ ବସ୍ତା ଫିଙ୍ଗା ଯାଇଥିଲା। ସେଗୁଡ଼ିକ ଆମ ଉପରେ ପଡ଼ିଥିଲା।”



from Odisha Reporter https://ift.tt/2McaZa6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages