ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହ ପାଳନ କରିବା ନିମନ୍ତେ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବର ଆୟୋଜନ କରାଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରିବେ ।
ଶାନ୍ତିଶୃଙ୍ଖଳ ରକ୍ଷା ପାଇଁ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପୂରା ପଡ଼ିଆ ସିସିଟିଭି ନଜରରେ ରହିଛି।
ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୋରାପୁଟରୁ କନ୍ଧମାଳ, ନବରଙ୍ଗପୁରରୁ ମାଲକାନଗିରି ସବୁଠି କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି। ପାଟ୍ରୋଲିଂ, ବ୍ଲକିଂ ଓ ଗାଡ଼ି ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୁଲିସ୍ ଓ ଗୁଇନ୍ଦା କର୍ମଚାରୀ ମୁତୟନ ଅଛନ୍ତି । ଏଥିସହ ନକ୍ସଲ ଆକ୍ରମଣକୁ ଆଖି ଆଗରେ ରଖି ଆଭ୍ୟନ୍ତରୀଣ ଦୁର୍ଗମ ଅଞ୍ଚଳ ଓ ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
from Odisha Reporter https://ift.tt/2N2Xol3
No comments:
Post a Comment