ପୁରୀ (ମଧୁସୂଦନ ମିଶ୍ର ): ଆଜି ୭୩ତମ ସ୍ୱାଧୀନତା ଦିବସ। ଏହାକୁ ପାଳନ ନିମନ୍ତେ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ଏଥିନିମନ୍ତେ ବିଭିନ୍ନ ଜାଗାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ।
ଏଥିନିମନ୍ତେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ସେ ୧୫ଫୁଟ ଓସାରର ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି। ଏହା ମାଧ୍ୟମରେ ସେ ଭାଇଚାରା ଓ ପ୍ରେମର ବାର୍ତ୍ତା ଦେଇଛନ୍ତି ।
ଏହି ବାଲୁକା କଳା ତିଆରି କରିବାକୁ ମାନସ ସାହୁଙ୍କୁ ୫ଘଣ୍ଟା ସମୟ ଲାଗିଥିଲା । ଏହା ମାଧ୍ୟମରେ ସେ ଉଭୟ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି ।
ଗୋଟିଏ ଦିନରେ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନ ପଡ଼ିଥିବାରୁ ବାଲୁକା ଶିଳ୍ପୀ ମାନସ ଏହାକୁ ନିଆରା ଢଙ୍ଗରେ ପ୍ରସ୍ତୁତ କରିଛନ୍ତି। ଗୋଟିଏ କଳାରେ ସେ ଉଭୟ ପର୍ବକୁ ଫୁଟାଇବାକୁ ଚେଷ୍ଟା କରିଛନ୍ତି।
ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀଙ୍କ ସମ୍ପର୍କ ସୁଦୃଢ କରିଥାଏ। ସେହିପରି ସ୍ୱାଧୀନତା ଦିବସ ଅବସରରେ ଭାରତର ସମ୍ବିଧାନ, ଆଇନ ଉପରେ ଭରସା ରଖି ଦେଶରେ ଉନ୍ନତିରେ ସହାୟକ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ସମସ୍ତେ ଏକାଠି ହୋଇ ଦେଶର ପ୍ରଗତି ଲାଗି ତତ୍ପର ହେବାକୁ ସେ ନିଜ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।
from Odisha Reporter https://ift.tt/2z0YIwA
No comments:
Post a Comment