ୟୁଏଇରେ ପ୍ରଧାନମନ୍ତ୍ରୀ, ରେଡ୍ କାର୍ପେଟରେ ସ୍ୱାଗତ କଲେ ଆବୁଧାବି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ୟୁଏଇରେ ପ୍ରଧାନମନ୍ତ୍ରୀ, ରେଡ୍ କାର୍ପେଟରେ ସ୍ୱାଗତ କଲେ ଆବୁଧାବି ସରକାର

ଦୁବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫ୍ରାନ୍ସ ଗସ୍ତ ଶେଷ କରି ୟୁଏଇରେ ପହଞ୍ଚିଛନ୍ତି। ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଏହା ଦ୍ୱିତୀୟ ଦେଶ। ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ରେଡ୍ କାର୍ପେଟରେ ଆବୁଧାବି ସରକାର ସ୍ୱାଗତ କରିଥିଲେ। ଏହି ସମୟରେ ଆବୁଧାବିର ରାଜା କ୍ରାଉନ ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନହୟନ ଉପସ୍ଥିତ ଥିଲେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନହୟନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି କରିବା ସହିତ ଆଞ୍ଚଳିକ ପ୍ରସଙ୍ଗର ଆଲୋଚନା କରିବେ। ଏଥିସହିତ ରୁପେ କାର୍ଡର ମଧ୍ୟ ଶୁଭାରମ୍ଭ କରିବେ।

ଏହି ଗସ୍ତ ସମୟରେ ୟୁଏଇ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଜୟେଦ୍’ରେ ସମ୍ମାନିତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ବାହାରିନ୍ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀ ବାହାରିନ୍ ଯାଉଛନ୍ତି। ଯାହାକୁ ନେଇ ବାହାରିନ୍ ବାସୀ ଉତ୍ସାହିତ ଥିବା ଜଣାପଡ଼ିଛି।



from Odisha Reporter https://ift.tt/2ZfdKhI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages