ଏଥର ଫିକା ପଡ଼ିପାରେ ନୂଆଖାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ଏଥର ଫିକା ପଡ଼ିପାରେ ନୂଆଖାଇ

ରାଉରକେଲା(ଓଡ଼ିଶା ରିପୋର୍ଟର): ଆସନ୍ତା ୩ ତାରିଖରେ ପଡ଼ୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ବର୍ଷକୁ ଥରେ ଆସୁଥିବା ଏହି ପର୍ବକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଭରି ରହିଥାଏ ବେଶ୍‌ ଉତ୍ସାହ। ନୂଆ ଧାନରେ ପ୍ରସ୍ତୁତ ଖାଦ୍ୟ ମା’ ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ କରାଯାଇଥାଏ। ଏହି ଅବସରରେ ଦୂରଦୂରାନ୍ତରେ ଥିବା ପରିବାରର ସମସ୍ତ ସଦସ୍ୟ୍ୟ ଏକତ୍ରିତ ହୋଇଥାନ୍ତି।

ମାତ୍ର ନୂଆଖାଇ ପୂର୍ବରୁ ଚାଷୀ ମୁଣ୍ଡରେ ପଡ଼ିଲାଣି ଚଡ଼କ। ଯେଉଁ ସମୟରେ କ୍ଷେତରେ ଧାନ କେଣ୍ଡା ହୋଇ ଲହଡି ମାରିବା କଥା, ସେହି ସମୟରେ ଧାଡ଼ି ରୁଆ ହେଉଛି। ଏମିତିରେ ଧାନ କେବେ ହେବ, କିଭଳି ନୂଆଖାଇ ପାଳନ ହେବ, ତାହାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ।  ହାତରେ ମାତ୍ର ଅଳ୍ପ ଦିନ ଥିବାରୁ  କିପରି ନୂଆ ଧାନରେ ପ୍ରସ୍ତୁତ ଭୋଗ ମା’ଙ୍କୁ ଅର୍ପଣ କରାଯିବ ତାହାକୁ ନେଇ ଚିନ୍ତାରେ ସମସ୍ତେ।

କୁଆରମୁଣ୍ଡା ବ୍ଳକ ଅଧୀନରେ ୨୦ ଟି ପଞ୍ଚାୟତ ରହିଛି। ପ୍ରାୟ ୮୦ ହଜାର ଲୋକ ଏଠାରେ ବସବାସ କରନ୍ତି। ଅଧାରୁ ଅଧିକ ପରିବାରଙ୍କର ମୁଖ୍ୟ ଭରଷା ଚାଷ। ତେବେ ଚଳିତ ବର୍ଷର ନିଅଣ୍ଟିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।

ସୂଚନା ଅନୁସାରେ, ଚଳିତ ବର୍ଷ ସମଗ୍ର ଜିଲ୍ଳାରେ ୫୦ ପ୍ରତିଶତରୁ କମ ବର୍ଷା ହୋଇଥିବା କୁହାଯାଉଛି। ଫଳରେ ଧାନ ଅମଳକୁ ନେଇ ଚାଷୀ  ଚିନ୍ତାରେ ପଡ଼ି ଯାଇଛନ୍ତି। କୁଆରମୁଣ୍ଡା ସରପଞ୍ଚ ସୁଷମାକାନ୍ତି କିଣ୍ଡୋ କହିଛନ୍ତି,“ ନୂଆଖାଇ ପର୍ବ ପାଖେଇ ଆସିଲାଣି। ଏହି ପର୍ବରେ ନୂଆ ଧାନ ଦେବୀ ମା’ଙ୍କୁ ଚଢ଼ା ଯାଇଥାଏ। ଆମେ ସମସ୍ତେ ନୂଆ ଖାଇଥାଉ। ହେଲେ ଏବେ ଧାନ ରୁଆ ଚାଲିଛି। ଅଳ୍ପ ଦିନ ଭିତରେ ନୂଆ ଧାନ ଅମଳ ସମ୍ଭବ ନୁହେଁ।”

ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ୍ କହିଛନ୍ତି,“ ଚଳିତ ବର୍ଷ ଅଳ୍ପ ବର୍ଷା ହୋଇଛି। ଏଥିପାଇଁ ଏଥର ଧାନ ଅମଳ କମ୍‌ ହେବ। କହିବାକୁ ଗଲେ ଏପରି ସ୍ଥିତି ଯୋଗୁ ମରୁଡି  ଆଶଙ୍କା ସୃଷ୍ଟି ହେଲାଣି। ”



from Odisha Reporter https://ift.tt/2Mx0j69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages