ଅରୁଣ ଜେଟଲୀଙ୍କ ସଂପର୍କରେ ମିଛ ଖବର ଦେଇ ଟ୍ରୋଲ୍‌ ହେଲେ ରାକ୍ଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ଅରୁଣ ଜେଟଲୀଙ୍କ ସଂପର୍କରେ ମିଛ ଖବର ଦେଇ ଟ୍ରୋଲ୍‌ ହେଲେ ରାକ୍ଷୀ

ମୁମ୍ବାଇ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଜେପିର ବହୁ ବଡ଼ ବଡ଼ ନେତା ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି। ଦେଶର କିଛି ସ୍ଥାନରେ ତାଙ୍କର ଆରୋଗ୍ୟକାମନା କରାଯାଇ ପୂବଜାର୍ଚ୍ଚନା ବି କରାଯାଉଛି। ସାରା ଦେଶର ଲୋକେ ତାଙ୍କ ଆରୋଗ୍ୟକାମନା କରୁଥିବାବେଳେ ରାକ୍ଷୀ ସାୱନ୍ତଙ୍କର ଏକ ବିବାଦୀୟ ପୋଷ୍ଟ୍‌କୁ ନେଇ ସୋଶାଲ୍‌ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରାକ୍ଷୀ ସାୱନ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅରୁଣ ଜେଟଲୀଙ୍କୁ ମୃତ ଘୋଷଣା କରି ଦେଇଥିଲେ। ସେ ଶ୍ରୀ ଜେଟଲୀଙ୍କ ଫଟୋ ଶେଆର୍ କରି ‘RIP’ ଲେଖିଥିଲେ। ଏହା ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ।

ଜଣେ ୟୁଜର ଲେଖିଥିଲେ, ‘ଉଡ଼ା କଥା ପ୍ରଚାର କରିବା ବନ୍ଦ କର ଓ ସଠିକ୍‌ ଖବରକୁ ଅନୁସରଣ କର’। ଲୋକେ ତାଙ୍କୁ ଟ୍ରୋଲ୍ କରୁଥିବା ଦେଖି ରାକ୍ଷୀ ଉକ୍ତ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ ଓ କ୍ଷମା ମାଗିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରେ ଅରୁଣ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥା ଗମ୍ଭୀର ରହିଛି।



from Odisha Reporter https://ift.tt/2N7GqlI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages