ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ଆଉ କିଛି ଫଟୋ ପ୍ରେରଣ କରିଛି। ଚନ୍ଦ୍ରଯାନ-୨ ସହ ଯାଇଥିବ ଟେରାନ୍ ମ୍ୟାପିଙ୍ଗ କ୍ୟାମେରା (ଟିଏମସି ୨) ଏହି ସୁଦୃଶ୍ୟମାନ ଫଟୋକୁ ଉତ୍ତୋଳନ କରିଛି। ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୪ ହଜାର ୩୭୫ କିଲୋମିଟର ଦୂରରୁ ଏହି ଫଟୋ ଉଠାଯାଇଛି।
ଅଗଷ୍ଟ ୨୩ ତାରିଖରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ବେଳେ ଇସ୍ରୋ ପକ୍ଷରୁ ସୋମବାର ଏହି ଫଟୋଗୁଡ଼ିକୁ ଛଡ଼ାଯାଇଛି। ଏହି ଫଟୋରେ ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ବିଶେଷକରି ଜାକସନ୍, ମ୍ୟାକ୍, କୋରଲେଭ୍ ଓ ମିତ୍ର ଚନ୍ଦ୍ରଗର୍ତ୍ତର ଫଟୋ ପ୍ରେରଣ କରିଛି ଚନ୍ଦ୍ରଯାନ-୨ ।
ଏହାସହ ଚନ୍ଦ୍ର ପୃଷ୍ଠରେ ଥିବା ଆହୁରି ଅନେକ ଛୋଟବଡ଼ ଗର୍ତ୍ତର ଫଟୋ ଉତ୍ତୋଳନ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ପଠାଇଥିଲା।
ସୂଚନାଯୋଗ୍ୟ, ୨୨ ଜୁଲାଇରେ ଇସ୍ରୋ ପକ୍ଷରୁ ଏହି ଚନ୍ଦ୍ରଯାନ-୨କୁ ମହାକାଶକୁ ଛଡ଼ାଯାଇଥିଲା। ଆମେରିକା, ଚାଇନା ଓ ଋଷ ପରେ ୪ର୍ଥ ଦେଶ ଭାବେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ଛାଡ଼ିଛି। ଚନ୍ଦ୍ରଯାନର ଓଜନ ୩ହଜାର ୮ଶହ କିଲୋଗ୍ରାମ ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନର ଲଞ୍ଚ ପ୍ୟାଡରୁ ଗତ ୨୨ ଜୁଲାଇ ଅପରାହ୍ନ ୨.୪୩ରେ ଏହି ମହାକାଶଯାନ ଉତକ୍ଷେପଣ ହୋଇଥିଲା। ଏହାର ୧୬ ମିନିଟ ୧୪ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।
from Odisha Reporter https://ift.tt/2LeBdGb
No comments:
Post a Comment