ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣାନ୍ତୁ ଏସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ କୌଣସି ବାସ୍ତୁଦୋଷ ରହିଲେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ବିଭିନ୍ନ ଉପାୟରେ ଘରର ଶାନ୍ତି ଭଙ୍ଗ କରିଥାଏ। ଯଦିଓ ଅଧିକାଂଶ ଲୋକ ଘର କଲା ବେଳେ ବାସ୍ତୁକୁ ଗୁରୁତ୍ୱ ଦିଅନ୍ତି, ତଥାପି ବେଳେ ବେଳେ ଅତି ଛୋଟ ଛୋଟ କଥାରୁ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଆଜି ଆମେ ସେମିତି କିଛି ଛୋଟ ଛୋଟ କଥା ସହିତ ଘରେ ନକାରାତ୍ମକ ଶକ୍ତିର ପ୍ରବେଶକୁ ରୋକିବା ନେଇ କିଛି ଉପାୟ ସଂପର୍କରେ ଆପଣମାନଙ୍କୁ କହିବୁ।

୧. କବାଟ ଓ ଝରକା ଦେଇ ବାହାରର ଶୁଦ୍ଧ ବାୟୁ ଘର ଭିତରେ ପ୍ରବେଶ କରିଥାଏ। ଆଉ ଏହା ଘରେ ସକାରାତ୍ମକ ଶକ୍ତି ସଞ୍ଚାର କରିଥାଏ। ଘରର କବାଟ ଓ ଝରକାକୁ ସର୍ବଦା ବନ୍ଦ କରି ରଖନ୍ତୁ ନାହିଁ। ତା’ସହିତ କବାଟ ଓ ଝରକାକୁ ସବୁବେଳେ ସଫା ରଖନ୍ତୁ।

୨. ବାସ୍ତୁ ଅନୁସାରେ ରୋଷେଇ ଘର ଉପରେ ଘର ସଦସ୍ୟଙ୍କ ସ୍ୱାସ୍ଥ୍ୟ ନିର୍ଭର କରେ। ତେବେ ଏହା କେବଳ ଖାଦ୍ୟପେୟକୁ ନେଇ ନୁହେଁ। ମନେ ରଖନ୍ତୁ ରୋଷେଇ କରି ସାରିବା ପରେ ଗ୍ୟାସ୍ ବା ଚୁଲାକୁ ସଫା କରନ୍ତୁ। ଏହାକୁ ଅସନା ରଖିଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିଯୋଗୁ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଓ ତା’ସହିତ ଘରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଏ।

୩. ବେଡ୍‌ ରୁମ୍‌ରେ ସୁଗନ୍ଧଯୁକ୍ତ ଧୂପକାଠି ଲଗାନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଦୂର କରେ। ଏହାଦ୍ୱାରା ଭଲ ନିଦ ମଧ୍ୟ ହୁଏ। ତେବେ ଶୋଇବା ବେଳେ ଧୂପକାଠି ଜାଳନ୍ତୁ ନାହିଁ। ଶୋଇବା ପୂର୍ବରୁ ଏହା ସଂପୂର୍ଣ୍ଣ ଜଳି ଯାଇଥିବା ଦରକାର।

୪. ବେଡ୍‌ ରୁମ୍ ସହିତ ଘରର ବିଭିନ୍ନ କୋଣରେ ଅଳ୍ପ ଲୁଣ ଛିଞ୍ଚନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ।

୫. ଘରର ବାଥ୍‌ରୁମ୍‌ ସବୁବେଳେ ସଫା ରଖନ୍ତୁ। ତା’ସହିତ ଏହାର ଦ୍ୱାର ସର୍ବଦା ବନ୍ଦ ରଖନ୍ତୁ। ନହେଲେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।

 

 



from Odisha Reporter https://ift.tt/2T7d0VM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages