ଗୁରୁପ୍ରସାଦ ଦେହରେ ବାଜିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଗୁରୁପ୍ରସାଦ ଦେହରେ ବାଜିଲା ଗୁଳି

ଆସିକା(ମନୋଜ ମୁନି): ଦୁର୍ଦ୍ଦାନ୍ତ ଅପରାଧୀ  ଗୁରୁପ୍ରସାଦ ସ୍ୱାଇଁ ପୁଲିସ ଏନ୍‌କାଉଣ୍ଟରରେ ଗୁରୁତର ହୋଇଛି।  ଗଞ୍ଜାମ ଜିଲ୍ଲା  ଆସିକା  ଥାନା ଅନ୍ତର୍ଗତ ଚାରିମହଲ ଛକ ନିକଟରେ ଆଜି ଭୋରୁ ଏହି ଏନକାଉଣ୍ଟର ହୋଇଛି। ତାକୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ଣପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗୁରୁର ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜିଛି। ତା’ ନାଁରେ ଚୋରି, ଡକାୟତି, ହତ୍ୟା ଓ ରାହାଜାନୀ ଭଳି ୧୩ଟି ମାମଲା ବିଭିନ୍ନ  ଥାନାରେ ରହିଛି।

ଆଜି ଭୋର ପ୍ରାୟ ୫ଟା ବେଳେ  ଗୁରୁ ପ୍ରସାଦ ଓ ତାର ସହଯୋଗୀ କାଳୁ ବିଶ୍ୱାଳ  ଏକ  ବାଇକ୍‌ ଯୋଗେ ଆସିକାରୁ ବାଲିପଦର ଯାଉଥିଲେ।  ପୁଲିସ୍‌ ଖବର ପାଇ ଉଭୟଙ୍କୁ ପିଛା କରିଥିଲା।  ଗୁରୁ ଓ କାଳୁ  ଏହା ଜାଣି ପାରି ପୁଲିସ୍‌ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ ଓ ବୋମାମାଡ଼ କରିଥିଲେ। ଏହାର ପାଲଟା ଜବାବରେ ପୁଲିସ୍ ଗୁଳି ଚଲାଇଥିଲା। ଏଥିରେ ଗୁରୁ ଆହତ ହୋଇ ତଳେ ପଡ଼ି ଯାଇଥିଲେ।  ତେବେ କାଳୁ ଘଟଣାସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇପାରିଛି।

ଗୁରୁ ନିକଟରୁ ପୁଲିସ  ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଛି।



from Odisha Reporter https://ift.tt/2GOtSeX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages