ମଧ୍ୟାହ୍ନ ଭୋଜନରେ ପିଲା ଖାଇଲେ ରୁଟି ଓ ଲୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 22, 2019

ମଧ୍ୟାହ୍ନ ଭୋଜନରେ ପିଲା ଖାଇଲେ ରୁଟି ଓ ଲୁଣ

ମିର୍ଜାପୁର: ଉତ୍ତର ପ୍ରଦେଶରେ ବାଟ ହୁଡ଼଼ିଛି କେନ୍ଦ୍ର ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା। ଭାତ ଡ଼ାଲି କିମ୍ୱା ରୁଟି ପନିପରିବା ପରିବର୍ତ୍ତେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଖାଉଛନ୍ତି। ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଏକ ସରକାରୀ ସ୍କୁଲରେ ପାଖାପାଖି ୧୦୦ ଛାତ୍ରଛାତ୍ରୀ ଏପରି ରୁଟି ଲୁଣ ଖାଉଛନ୍ତି। ଏହି ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାମାନେ ପାଠ ପଢ଼ୁଛନ୍ତି।

ଉତ୍ତର ପ୍ରଦେଶ ମଧ୍ୟାହ୍ନ ଭୋଜନ ଯୋଜନାର ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ରୁଟି ଏବଂ ପନିପରିବା ଦେବାର ବ୍ୟବସ୍ଥା ରହିଛି। ନିକଟରେ ଫଳ ଏବଂ କ୍ଷୀର ଏହି ଯୋଜନାରେ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଯୋଜନା ଏଠାରେ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିନଥିବା ଦେଖିବାକୁ ମିଳିଛି।


ଜଣେ ଅଭିଭାବକ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ସରକାରୀ ସ୍କୁଲରେ ଠିକ୍ ଭାବରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଉ ନାହାନ୍ତି। କେତେବେଳେ ରୁଟି-ଲୁଣ ତ ଆଉ କେତେବେଳେ ଭାତ-ଲୁଣ। କ୍ଷୀର ବହୁତ କମ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥାଏ। କଦଳୀ ପିଲାମାନଙ୍କ ପାଇଁ ଆସୁଥିଲେ ମଧ୍ୟ କେବେ ଦିଆଯାଏ ନାହିଁ ବୋଲି ଅଭିଭାବକ ଜଣଙ୍କ କହିଛନ୍ତି।

ତେବେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ଦେଖାଦେଇଥିବା ଏଭଳି ଅବ୍ୟବସ୍ଥା ପାଇଁ ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ଏବଂ ଗ୍ରାମ ପଞ୍ଚାୟତର ସୁପରଭାଇଜର ଦାୟୀ ବୋଲି ୟୁପି ସରକାରର ଅଧିକାରୀ ଅନୁରାଗ ପାଟିଲ କହିଛନ୍ତି। ପୂର୍ବରୁ ଅଭିଯୋଗ ହୋଇଥିଲା ଏହାପରେ ନିଜେ ଆସି ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ହୋଇଥିବା ଦେଖିବା ପରେ ଅଭିଯୋଗ ପ୍ରମାଣିତ ହୋଇଛି ବୋଲି କହିଛନ୍ତି। ଏହାପରେ ସେହି ଶିକ୍ଷକ ଏବଂ ଗ୍ରାମପଞ୍ଚାୟତର ସୁପରଭାଇଜରଙ୍କୁ ନିଲମ୍ୱିତ କରାଯାଇଛି।

 



from Odisha Reporter https://ift.tt/2ZiScvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages