ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗାଡ଼ିରେ ପେଟ୍ରୋଲ ପକାଉଥିଲେ ସାବଧାନ। କାରଣ ଆପଣ ଜାଣି ପାରିବେନି ଆପଣଙ୍କ ଗାଡ଼ିରେ ସତରେ ପେଟ୍ରୋଲ ପଡ଼ୁଛି ନା ଏଥିରେ କିଛି ଭେଜାଲ ରହିଛି। ସେଥିରେ ପାଣି ବି ମିଶି ଥାଇପାରେ। ଏଥିଯୋଗୁ ଆଉ ଷ୍ଟାର୍ଟ ହେବନି ଗାଡ଼ି। ରାଉରକେଲାର ଏକ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିବା ଜଣେ ବ୍ୟକ୍ତି ଏପରି ଭାବେ ହଇରାଣ ହୋଇଛନ୍ତି।
ରାଉରକେଲାରସ୍ଥିତ ୧୯ ନମ୍ବର ସେକ୍ଟରରେ ଥିବା ଏକ ପେଟ୍ରୋଲ ପମ୍ପରେ ପାଣି ମିଶା ପେଟ୍ରୋଲ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଅଭିଷେକ ମଲିକ ନାମକ ବ୍ୟକ୍ତି ନିଜ କାର୍ରେ ପେଟ୍ରୋଲ ପକାଇଥିଲେ। ଏହାପରେ ଗାଡି ଆଉ ଷ୍ଟାର୍ଟ ହୋଇ ନଥିଲା। ଏନେଇ ସେ ପେଟ୍ରୋଲ ପମ୍ପ ଅଧିକାରୀଙ୍କୁ କହିଥିଲେ। ହେଲେ ତାଙ୍କ କଥା କେହି ଶୁଣି ନଥିଲେ । ତେଣୁ ସେ ବାଧ୍ୟ ହୋଇ ପୁଲିସକୁ ଖବର ଦେଇଥିଲେ ।
ପୁଲିସ ଉପସ୍ଥିତିରେ ପେଟ୍ରୋଲର ମାନ ଯାଞ୍ଚ କଲାବେଳେ ପମ୍ପରୁ ଦୁଇ ବାଲ୍ଟି ପାଣି ବାହାରିଲା । ଏବେ ଗାଡି ମାଲିକ ଏ ବାବଦରେ କ୍ଷତିପୂରଣ ଦାବି କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଲାଗି ଯୋଗାଣ ବିଭାଗକୁ ନିବେଦନ କରିଛନ୍ତି।
from Odisha Reporter https://ift.tt/33S5KC3
No comments:
Post a Comment