ମଧ୍ୟାହ୍ଣ ଭୋଜନରେ ମୁଢ଼ି ଖାଇଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ମଧ୍ୟାହ୍ଣ ଭୋଜନରେ ମୁଢ଼ି ଖାଇଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ୍‌

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ମଧ୍ୟାହ୍ନ ଭୋଜନରେ ମିଳିଲାନି ଭାତ ଓ ଡାଲି। ଆଉ ତା’ ବଦଳରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ମୁଢ଼ି। କିଛି ସ୍ଥାନୀୟ ଯୁବକ ଏ ନେଇ ଖବର ପାଇବା ପରେ ସ୍କୁଲ୍‌ରେ ପହଞ୍ଚି ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରିଥିଲେ ଓ ଏହାକୁ ସୋଶାଲ୍ ମିଡିଆରେ ପୋଷ୍ଟ୍ କରି ଦେଇଥିଲେ। ଆଉ ଏହା ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡିଓରେ ପିଲାମାନେ ସ୍କୁଲ୍‌ ବାରଣ୍ଡାରେ ବସି ମୁଢ଼ି ଓ ମିକ୍ସଚର ଖାଉଥିବା ଦେଖିବାକୁ ମିଳିଛି। ଅନେକ ପିଲା ଖବର କାଗଜରେ ମୁଢ଼ି, ମିକ୍ସଚର ଖାଉଥିବା ବେଳେ ଆଉ କିଛି ଥାଳି ଓ ଟ୍ରେ’ରେ ଏହାକୁ ଖାଉଛନ୍ତି। ସେ ସମୟରେ ଭିଡିଓ ଉତ୍ତୋଳନ କରୁଥିବା ଯୁବକଙ୍କ ସ୍ୱର ବି ଶୁଣିବାକୁ ମିଳୁଛି, ଯିଏ ପଚାରୁଛନ୍ତି ଯେ କ’ଣ ପାଇଁ ଆଜି ଭାତ ରନ୍ଧା ହୋଇନି। ଏହା ଶୁଣି କେହି ଜଣେ କହୁଛନ୍ତି, କାଠ ନାହିଁ।

ଖୋଳତାଡ଼ ପରେ ଜଣାଗଲା ଯେ, ଭିଡିଓଟି ବଲାଙ୍ଗିର ଜିଲ୍ଲା ଆଗଲପୁର ସଂସା ପ୍ରାଥମିକ ବିଦ୍ୟାଳୟର। ଗତ ୧୬ ଓ ୧୭ ତାରିଖରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ବଦଳରେ ମୁଢି ଦିଆଯାଇଥିଲା। ଏନେଇ ଖବର ପାଇବା ପରେ କିଛି ସ୍ଥାନୀୟ ଯୁବକ ସ୍କୁଲ୍‌ରେ ପହଞ୍ଚି ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରି ସୋଶାଲ୍‌ ମିଡିଆରେ ଛାଡ଼ିଥିଲେ।

ଜାଲେଣି କାଠ ଅଭାବରୁ ସେଦିନ ଭାତ ରୋଷେଇ କରାଯାଇ ପାରି ନଥିଲା ବୋଲି ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ତେବେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ କହିଛନ୍ତି,“ସିଆରସିସିଙ୍କ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”



from Odisha Reporter https://ift.tt/2Zbz9aP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages