ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ସ୍କୁଲରେ ପାଣି ପିଇ ତିନି ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ପାଣି ପିଇଥିଲେ। ହେଲେ କିଛି ସମୟ ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଓ ଦୁଇଜଣ ଛାତ୍ରୀଙ୍କ ଦେହ ଝିମ୍ ଝିମ୍ ହେବା ସହ ମୁଣ୍ଡ ବୁଲାଇଥିଲା। ବିଦ୍ୟାଳୟ ଛୁଟି ହେବା ପରେ ସେମାନେ ଘରକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ସେମାନଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା।
ପରିବାର ଲୋକେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସେମାନେ ସୁସ୍ଥ ଅନୁଭବ କରିଥିଲେ। ସ୍କୁଲରେ ପାଣି ପିଇବା ପରଠାରୁ ଅସୁସ୍ଥତା ଅନୁଭବ କରୁଥିବା ସେମାନେ କହିଥିଲେ।
ତେବେ ପାଣି ଟାଙ୍କିରେ କିଛି ଜନ୍ତୁ ମରିକି ପଡିବା ଫଳରେ ପାଣି ଦୂଷିତ ହୋଇଥାଇ ପରେ ବୋଲି ସନ୍ଦେହ କରାଯାଉଛି।
from Odisha Reporter https://ift.tt/2ZbG7IU
No comments:
Post a Comment