ମେଜର ଧ୍ୟାନଚାନ୍ଦ: ସେନାରୁ ହକି ‘ଯାଦୁଗର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ମେଜର ଧ୍ୟାନଚାନ୍ଦ: ସେନାରୁ ହକି ‘ଯାଦୁଗର’

ନୂଆଦିଲ୍ଲୀ: ସାଧାରଣତଃ ହକି କଥା ଯଦି ମୁହଁରେ ଆସେ, ତାହେଲେ ସର୍ବପ୍ରଥମ ନାଁ ଧ୍ୟାନଚାନ୍ଦଙ୍କର ଆସିବ। ହକିର ‘ଯାଦୁଗର’ ଭାବେ ପରିଚିତ ଭାରତୀୟ କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ହକି ଇତିହାସର ସବୁଠାରୁ ମହାନ ଖେଳାଳି। ଧ୍ୟାନଚାନ୍ଦ ନିଜର ଅଦ୍ଭୁତ ଖେଳ ଦ୍ୱାରା ଭାରତକୁ ତିନିଥର ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି। କୁହାଯାଏ, ଧ୍ୟାନଚାନ୍ଦଙ୍କ ଭଳି ହକି ଖେଳାଳି ଆଜି ପର୍ଯ୍ୟନ୍ତ ଜନ୍ମ ନେଇ ନାହାନ୍ତି। ମେଜର ଧ୍ୟାନଚାନ୍ଦଙ୍କୁ ଫୁଟବଲର ପେଲେ ଏବଂ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରାଯାଏ। ଅଖଣ୍ଡ ଭାରତ ଦେଶର ହକି ଯାଦୁଗର ଭାବେ ପରିଚିତ ଧ୍ୟାନଚାନ୍ଦଙ୍କର ଆଜି ୧୧୪ତମ ଜୟନ୍ତୀ। ଧ୍ୟାନଚାନ୍ଦଙ୍କ ସମ୍ମାନରେ ତାଙ୍କ ଜନ୍ମଦିନ ଅର୍ଥାତ୍ ଅଗଷ୍ଟ ୨୯ ତାରିଖକୁ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ତାଙ୍କ ଜୟନ୍ତୀ ଅବସରରେ କିଛି ପୁରୁଣା ସ୍ମୃତିକୁ ମନେ ପକାଇବା।

ପ୍ରାରମ୍ଭିକ ଜୀବନ: ୨୯ ଅଗଷ୍ଟ, ୧୯୦୫ରେ ଆଲ୍ଲାହାବାଦରେ ଧ୍ୟାନଚାନ୍ଦଙ୍କ ଜନ୍ମ ଏକ ରାଜପୁତ ପରିବାରରେ ହୋଇଥିଲା । ତାଙ୍କ ଭାଇ ରୂପ ସିଂହ ମଧ୍ୟ ଭାରତ ପକ୍ଷରୁ ହକି ଖେଳିସାରିଛନ୍ତି। ଧ୍ୟାନଚାନ୍ଦଙ୍କ ପିତାଙ୍କ ନାଁ ରାମେଶ୍ୱର ସିଂହ ଏବଂ ମା’ଙ୍କ ନାଁ ଶାରଦା ସିଂହ। ଧ୍ୟାନଚାନ୍ଦଙ୍କ ପିତା ବ୍ରିଟିଶ ଭାରତୀୟ ସେନାରେ ଭର୍ତ୍ତି ଥିଲେ ଏବଂ ସେ ସେନା ପକ୍ଷରୁ ହକି ଖେଳିଥିଲେ। ଧ୍ୟାନଚାନ୍ଦଙ୍କର ଦୁଇ ଭାଇ ଥିଲେ। ସେମାନେ ହେଲେ ମୂଲ ସିଂହ ଏବଂ ରୂପ ସିଂହ। ଆର୍ମିରେ ରହିବା କାରଣରୁ ଧ୍ୟାନଚାନ୍ଦଙ୍କ ପିତାଙ୍କର ବିଭିନ୍ନ ସ୍ଥାନକୁ ଟ୍ରାନ୍ସଫର୍ ହେଉଥିଲା। ଏହି କାରଣରୁ ଧ୍ୟାନଚାନ୍ଦଙ୍କ ସ୍କୁଲ ଶିକ୍ଷା ପ୍ରଭାବିତ ହୋଇଥିଲା। ଶେଷରେ ତାଙ୍କ ପରିବାର ଉତ୍ତର ପ୍ରଦେଶର ଝାନସୀରେ ରହିଥିଲେ। ଧ୍ୟାନଚାନ୍ଦ ୧୯୩୨ରେ ଭିକ୍ଟୋରିଆ କଲେଜରେ ଗ୍ରାଜୁଏସନ୍ କରିଥିଲେ। ତେବେ ତାଙ୍କୁ ଆରମ୍ଭରୁ ହକି ପ୍ରତି ସେତେଟା ଆଗ୍ରହ ନଥିଲା, କାରଣ ସେ କୁସ୍ତିକୁ ବହୁତ ପସନ୍ଦ ଥିଲା।

୧୭ ବର୍ଷରେ ସେନାରେ ସାମିଲ୍: ୨୯ ଅଗଷ୍ଟ, ୧୯୨୨ରେ ନିଜର ୧୭ତମ ଜନ୍ମଦିବସରେ ଧ୍ୟାନଚାନ୍ଦ ବ୍ରିଟିଶ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ସେନା ଟିମରେ ଚୟନ କରାଯାଇଥିଲା। ଏହି ଗସ୍ତରେ ଟିମ୍ ଭଲ ପ୍ରଦଶୟନ କରି ୧୮ ମ୍ୟାଚ୍ ଜିତିଥିବା ବେଳେ ୨ଟି ଡ୍ର’ ଏବଂ ଗୋଟିଏରେ ପରାସ୍ତ ହୋଇଥିଲା। ଭାରତ ଫେରିବା ପରେ ଧ୍ୟାନଚାନ୍ଦଙ୍କୁ ୧୯୨୭ରେ ଲାନ୍ସ ନାୟକ ଭାବେ ପ୍ରମୋଟ୍ କରାଯାଇଥିଲା। ଶେଷରେ ଧ୍ୟାନଚାନ୍ଦ ୧୯୫୬ରେ ମେଜର ପୋଷ୍ଟରୁ ରିଟାୟର୍ ହୋଇଥିଲେ। ସେ ସେନା ଭାବେ ୩୪ ବର୍ଷ କାର୍ଯ୍ୟ କରିଥିଲେ।

ସ୍ମରଣୀୟ ଉପଲବ୍ଧି: ତାଙ୍କ ବାୟୋଗ୍ରାଫି ‘ଗୋଲ୍’ ଅନୁଯାୟୀ, ମେଜର ଧ୍ୟାନଚାନ୍ଦ ନିଜର ୨୨ ବର୍ଷର କ୍ୟାରିୟରରେ ୧୮୫ ମ୍ୟାଚ୍ ଖେଳି ୫୭୦ ଗୋଲ୍ କରିଛନ୍ତି। ଧ୍ୟାନଚାନ୍ଦ ୧୯୨୮୯ରେ ଆମଷ୍ଟରଡାମ୍ ଅଲିମ୍ପିକରେ ୧୪ ଗୋଲ୍ ଦେଇଥିଲେ। ଏହି ଅଲିମ୍ପିକରେ ସେ ସର୍ବାଧିକ ଗୋଲ୍ କରିବାର ରେକର୍ଡ କରିଥିଲେ । ୧୯୩୨ରେ ଖେଳାଯାଇଥିବା ଅଲିମ୍ପିକରେ ସେ ୮ ଗୋଲ ସହ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ତିନୋଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଥିଲା। ଧ୍ୟାନଚାନ୍ଦ ୪୦ ବର୍ଷର ହୋଇଥିଲା ବେଳେ ୨୨ ମ୍ୟାଚରେ ୬୮ ଗୋଲ୍ ଦେଇଥିଲେ।

କ୍ୟାରିୟର୍: ଧ୍ୟାନଚାନ୍ଦଙ୍କୁ ୧୯୨୮ରେ ଅଲିମ୍ପିକ୍ ପାଇଁ ଭାରତୀୟ ହକି ଟିମର କ୍ୟାପଟେନ୍ କରାଯାଇଥିଲା। ଭାରତ ଏହି ଅଲିମ୍ପିକରେ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ଧ୍ୟାନଚାନ୍ଦ ଫାଇନାଲରେ ଦୁଇଟି ଗୋଲ୍ ମଧ୍ୟ କରିଥିଲେ। ୧୯୩୬ ଅଲିମ୍ପିକରେ ମଧ୍ୟ ସେ ଭାରତର ନେତୃତ୍ୱ ନେଇଥିଲେ। କିନ୍ତୁ ଏହି ଅଲିମ୍ପିକରେ ଭାଗ ନେବା ପାଇଁ ତାଙ୍କ ରେଜିମେଣ୍ଟ ଅନୁମତି ପ୍ରଦାନ କରିବାକୁ ମନା କରିଥିଲା। ତେବେ ପରେ ତାଙ୍କ ମଞ୍ଜୁରୀ ମିଳିଥିଲା। ୧୯୩୬ ଅଲିମ୍ପିକ୍ ଫାଇନାଲରେ ଭାରତ ଜର୍ମାନୀକୁ ୮-୧ ଗୋଲରେ ହରାଇଥିଲା। ଏହି ସମୟରେ ଜର୍ମାନୀ ସରକାର ତରଫରୁ ତାଙ୍କୁ କର୍ଣ୍ଣେଲ୍ ପଦବୀ ପାଇଁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ମନା କରିଦେଇଥିଲେ। ସେ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବା ଜାରି ରଖିଥିଲେ ଏବଂ ୧୯୪୮ରେ ହକିରୁ ରିଟାୟର୍ ହୋଇଥିଲେ। ୧୯୫୬ରେ ଭାରତ ସରକାରଙ୍କ ପକ୍ଷରୁ ଧ୍ୟାନଚାନ୍ଦଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଏମିତି ହେଲେ ହକି ‘ଯାଦୁଗର’: ୨୬ ମେ’, ୧୯୨୮ରେ ଧ୍ୟାନଚାନ୍ଦଙ୍କ ସମେତ କିଛି ଖେଳାଳିଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । କିନ୍ତୁ ତାଙ୍କ ଭଳି ମନୋବଳ କାହା ପାଖରେ ନଥିଲା। ସେ ଖେଳିବା ଜାରି ରଖିଥିଲେ। ଧ୍ୟାନଚାନ୍ଦଙ୍କ ହକି ଷ୍ଟିକରେ ବଲ୍ ଏଭଳି ଲାଗିକି ରହୁଥିଲା ଯେ, ବିରୋଧୀ ଖେଳାଳିଙ୍କୁ ଲାଗୁଥିଲା ଯେପରି ସେ କୌଣସି ମ୍ୟାଜିକ୍ ଷ୍ଟିକରେ ଖେଳୁଛନ୍ତି।

ହିଟଲରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ: ୧୯୩୬ ଅଲିମ୍ପିକରେ ଭାରତ ଓ ଜର୍ମାନୀ ମଧ୍ୟରେ ହୋଇଥିବା ଫାଇନାଲରେ ଧ୍ୟାନଚାନ୍ଦଙ୍କ ଟିମ୍ ଜର୍ମାନକୁ ଏଭଳି ଧୂଳି ଚଟେଇଲା ଯେ, ମ୍ୟାଚ୍ ଦେଖୁଥିବା ହିଟଲର୍ ଷ୍ଟାଡିୟମ ଛାଡ଼ି ପଳାଇଥିଲେ। ୧୬ ଅଗଷ୍ଟରେ ଅଲିମ୍ପିକ୍ ଉଦଯାପନୀ ସମାରୋହରେ ହିଟଲର ଓ ଧ୍ୟାନଚାନ୍ଦଙ୍କ ସାମ୍ନା ହୋଇଥିଲା। ହିଟଲର ଧ୍ୟାନଚାନ୍ଦଙ୍କ ଖେଳରେ ଖୁବ ପ୍ରଭାବିତ ହୋଇଥିଲେ। ଏପରିକି ହିଟଲର ଧ୍ୟାନଚାନ୍ଦଙ୍କୁ ଜର୍ମାନୀରେ ସେନାରେ ଜେନେରାଲ୍ ପଦବୀ ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦେଶଭକ୍ତି ଦେଖାଇ ଧ୍ୟାନଚାନ୍ଦ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।

‘ଭାରତ ରତ୍ନ’ ପାଇଁ ଦାବି: ଭାରତକୁ ତିନିଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଦେଇଥିବା ଧ୍ୟାନଚାନ୍ଦଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବା ନେଇ ଦୀର୍ଘଦିନ ହେବ ଦାବି କରାଯାଇ ଆସୁଛି। ୨୦୧୧ରେ ୮୨ଜଣ ସାଂସଦ ଧ୍ୟାନଚାନ୍ଦଙ୍କୁ ‘ଭାରତ ରତ୍ନ’ ପୁରସ୍କାର ପ୍ରଦାନ ପାଇଁ ଦାବି କରିଥିଲେ। କିନ୍ତୁ ମନମୋହନ ସିଂହଙ୍କ ସରକାର ଏହାକୁ ଖାରଜ କରିଦେଇଥିଲେ। ଖେଳାଳିମାନଙ୍କୁ ‘ଭାରତ ରତ୍ନ’ରେ ସମ୍ମାନ କରିବା ପାଇଁ ୨୦୧୩ରେ ଏହାର ମାନଦଣ୍ଡରେ ସଂଶୋଧନ କରାଯାଇଥିଲା। ୨୪ ବର୍ଷର କ୍ୟାରିୟର ପରେ ସଚିନ ତେନ୍ଦୁଲକରଙ୍କୁ ୨୦୧୪ରେ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଧ୍ୟାନଚାନ୍ଦଙ୍କୁ ‘ଭାରତ ରତ୍ନ’ ନମିଳିବା ହକି ଜଗତକୁ ନିରାଶ କରିଛି। ସଚିନଙ୍କୁ ‘ଭାରତ ରତ୍ନ’ ମିଳିବା ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା।

ଶେଷ ସମୟ: ଭାରତୀୟ ସେନାରେ ୩୪ ବର୍ଷ ସେବା କରିବା ପରେ ଧ୍ୟାନଚାନ୍ଦ ୧୯୫୬ରେ ମେଜର ଭାବେ ରିଟାୟର୍ ହୋଇଥିଲେ। ରିଟାୟର୍ ପରେ ସେ ରାଜସ୍ଥାନର ମାଉଣ୍ଟ ଆବୁରେ କୋଚିଂ କ୍ୟାମ୍ପ କରିଥିଲେ। ପରେ ସେ ପଟିଆଲାସ୍ଥ ଜାତୀୟ କ୍ରୀଡ଼ା ଏକାଡେମୀରେ ଅନେକ ବର୍ଷ ଧରି ମୁଖ୍ୟ କୋଚ୍ ଭୂମିକା ବହନ କରିଥିଲେ। ୩ ଡିସେମ୍ବର, ୧୯୭୯ରେ ଦିଲ୍ଲୀସ୍ଥ ଏମ୍ସରେ ଧ୍ୟାନଚାନ୍ଦଙ୍କର ପରଲୋକ ହୋଇଥିଲା। ଧ୍ୟାନଚାନ୍ଦଙ୍କ ସମ୍ମାନରେ ଦିଲ୍ଲୀସ୍ଥିତ ନ୍ୟାଶନାଲ୍ ଷ୍ଟାଡିୟମକୁ ୨୦୦୨ରେ ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ନାମରେ ନାମିତ କରାଯାଇଥିଲା। ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ ଧ୍ୟାନଚାନ୍ଦ ମଧ୍ୟ ଜଣେ ହକି ଖେଳାଳି।



from Odisha Reporter https://ift.tt/2zwhgVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages