ଲକ୍ଷ୍ନୌ: ରେଳ ଷ୍ଟେସନରେ ଆଉ ମିଳିବନି କଦଳୀ। ଏମିତିକି କୌଣସି ଫଳ ମଧ୍ୟ ଆଉ ବିକ୍ରି ହେବନି। ରେଳ ଷ୍ଟେସନ ପରିସରରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ରେଳବାଇ ଅଧିକାରୀ ଏହି ନିୟମ କରିଛନ୍ତି। କଦଳୀ ଚୋପା ତଳେ ପଡ଼ିବା ଦ୍ୱାରା ପ୍ଲାଟଫର୍ମ ଅପରିଷ୍କାର ହେଉଥିବାରୁ ରେଲୱେ ପ୍ରଶାସନ ଚାରବାଗ ରେଲୱେ ଷ୍ଟେସନରେ ଫଳ ବିକ୍ରି ଉପରେ କଟକଣା ଜାରି କରିଛି।
ଏହି ନିୟମ ଯେଉଁ ବ୍ୟକ୍ତି ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ ଜୋରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଲୱେ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ରେଳ ପ୍ରଶାସନର ଏହି ନିୟମ ଯୋଗୁ ଫଳ ବିକ୍ରେତା ଓ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଚାରବାଗ ଷ୍ଟେସନର ଜଣେ ଫଳ ବିକ୍ରେତା କହିଛନ୍ତି,“ ମୁଁ ଗତ ୬ ଦିନ ହେବ ଷ୍ଟେସନରେ କଦଳୀ ବିକ୍ରି କରିନାହିଁ। ପ୍ରଶାସନ ଆମ କଦଳୀ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ”
ଏନେଇ ଜଣେ ଯାତ୍ରୀ କହିଛନ୍ତି,“ କଦଳୀ ଏକ ଶସ୍ତା ଫଳ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବାରୁ ଅନେକ ଯାତ୍ରୀ ଏହାକୁ କିଣିଥାନ୍ତି। କଦଳୀ ଚୋପା ଦ୍ୱାରା ପ୍ଲାଟଫର୍ମ ଅପରିଷ୍କାର ହେଉଥିବା କହିବା ଏକ ହାସ୍ୟାସ୍ପଦ କଥା। ଯଦି ଏହା ସତ ଶୌଚାଳୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। କାରଣ ଏହା ସବୁଠାରୁ ବେଶୀ ଅପରିଷ୍କାର। ଏଥିସହ ପାଣି ବୋତଲ ଓ ପ୍ୟାକ୍ ହୋଇଥିବା ସ୍ନାକସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବା ଦରକାର।”
from Odisha Reporter https://ift.tt/2Pmngv3
No comments:
Post a Comment