ଭିନ୍ନ ଏକ ପ୍ରେମ କାହାଣୀ: ବିରୋଧ ସତ୍ତ୍ୱେ ଦିବ୍ୟାଙ୍ଗ ପ୍ରେମିକକୁ କଲେ ବିବାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ଭିନ୍ନ ଏକ ପ୍ରେମ କାହାଣୀ: ବିରୋଧ ସତ୍ତ୍ୱେ ଦିବ୍ୟାଙ୍ଗ ପ୍ରେମିକକୁ କଲେ ବିବାହ

ଯାଜପୁର (ଗୁଲାମ୍‌ ଗସ୍‌): ପ୍ରେମ ଦୁଇ ହୃଦୟର ମିଳନ। ୨ଟି ମନ ଏକ ହେଲେ ପ୍ରେମ ହୋଇଥାଏ। ଏହା ହେଉଛି ଶାସ୍ୱତ। ଯିଏ ଥରେ ପ୍ରେମରେ ପଡ଼ିଛି, ଯେତେ ବାଧାବିଘ୍ନ ଆସିଲେ ବି ଅନ୍ୟଜଣଙ୍କ ହାତ ଛାଡ଼ିବା କଷ୍ଟକର ହୋଇପଡ଼େ।  ଏପରି ଏକ ଶାସ୍ୱତ ପ୍ରେମ ଦେଖିବାକୁ ମିଳିଛି ଯାଜପୁରରେ।

ଏକ ଦୁର୍ଘଟଣାରେ ପ୍ରେମିକ ୨ଟି ଗୋଡ଼ ହରାଇବା ସତ୍ତ୍ୱେ ହାତ ଛାଡ଼ି ନ ଥିଲା ପ୍ରେମିକା। ପରିବାର ଲୋକଙ୍କ ଦୃଢ ବିରୋଧ ସତ୍ତ୍ୱେ ଉକ୍ତ ଯୁବକଙ୍କୁ ବିବାହ କରିବା ନିଷ୍ପତ୍ତିରେ ଅଟଳ ରହିଥିଲା। ପରିଶେଷରେ ହାର ମାନିଲେ ପରିବାର ଲୋକେ।

ହସଖୁସିରେ ବିବାହ କରି ଦିବ୍ୟାଙ୍ଗ ସ୍ୱାମୀଙ୍କ ସହ ନୂଆ ଜୀବନର ଚଲା ପଥରେ ଆଗେଇ ଚାଲିଛନ୍ତି ମହିଳାଜଣକ। ୨ ଜଣଙ୍କ ହସଖୁସିର ସଂସାରରେ ଏକ ୩ ବର୍ଷର ପୁଅ ବି ଅଛି। ଆସନ୍ତୁ ଜାଣିବା ଏପରି ଏକ ପ୍ରେମ କାହାଣୀର ନାୟକ, ନୟିକାଙ୍କ ବିଷୟରେ।

ଯାଜପୁର ଜିଲ୍ଲା ମଧୁବନ ଏକତଳା ଗାଁର ଅଶୋକ  ଏକ କୋରିଅର କଂପାନୀରେ କାମ କରୁଥିଲେ। ଏଥି ନିମନ୍ତେ  ସେ ପ୍ରତିଦିନ ଟ୍ରେନ୍‌ରେ ଯାଆସ କରନ୍ତି।  ସେହି ସମୟରେ ସ୍ଥାନୀୟ ଅଞ୍ଚଳର ବିଜୟଲକ୍ଷ୍ମୀ ନାମକ  ଯୁବତୀଙ୍କ ସହ ଅଶୋକଙ୍କର ସାକ୍ଷାତ ହୁଏ । ଧିରେ ଧିରେ  ଉଭୟଙ୍କ ମଧ୍ୟରେ ଆରମ୍ଭ ହୁଏ ପ୍ରେମ ସଂପର୍କ। ପରେ ଦୁହେଁ ଦୁହିଁଙ୍କ ଜୀବନସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନିଅନ୍ତି।

ହେଲେ ଭାଗ୍ୟର ବିଡ଼ମ୍ବନା, ୨୦୧୩ ମସିହାରେ ହଠାତ ଏକ ଦୁର୍ଘଟଣା ଅଶୋକଙ୍କ ଜୀବନକୁ ଓଲଟପାଲଟ କରିଦେଇଥିଲା ।  ବାଲେଶ୍ୱର ଷ୍ଟେଶନରେ ଟ୍ରେନରୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାରେ ଅଶୋକଙ୍କୁ ଦୁଇଟି ଗୋଡ ହରାଇବାକୁ ପଡିଥିଲା ।  ନିଜର ଏପରି ଅବସ୍ଥାରେ ସେ ଭାବି ନେଇଥିଲେ ଯେ ବିଜୟଲକ୍ଷ୍ମୀ ତାଙ୍କ ହାତ ଛାଡ଼ି ଚାଲିଯିବେ।  କିନ୍ତୁ ତାଙ୍କ ଭାବନା ଭୁଲ ଥିଲା। ନିଜ ପ୍ରେମରେ ଅଟଳ ଥିଲେ ବିଜୟଲକ୍ଷ୍ମୀ ।

ଦୁଇ ଗୋଡ ହରାଇବା ପରେ ବି ଅଶୋକଙ୍କୁ ବିବାହ କରିବା ପାଇଁ ବିଜୟଲକ୍ଷ୍ମୀ  ଦୃଢ  ନିଷ୍ପତ୍ତି ନେଇଥିଲେ । ଏହାକୁ ସ୍ୱୀକାର କରିପାରି ନ ଥିଲେ  ବିଜୟଲକ୍ଷ୍ମୀଙ୍କ  ପରିବାର ଲୋକେ। ହେଲେ ଝିଅର ଜିଦ୍‌ ଆଗରେ ସେମାନେ ମୁଣ୍ଡ ନୁଆଁଇଲେ।  ଏହାପରେ ୨୦୧୫ ମସିହାରେ ସବୁ ବାଧାବିଘ୍ନକୁ ଭୁଲି ବିଜୟଲକ୍ଷ୍ମୀ ଅଶୋକଙ୍କ ହାତ ଧରି  ଗଢିଥିଲେ ନୂଆ ସଂସାର ।

ବର୍ତ୍ତମାନ ଅଶୋକଙ୍କ ପରିବାର କହିଲେ ବାପା, ମାଆ, ସ୍ତ୍ରୀ ଓ ତିନି ବର୍ଷର ପୁଅ । ପେଟପାଟଣା ପାଇଁ ଅଶୋକ ଗାଁରେ ଏକ ଛୋଟ ପାନ ଦୋକାନ କରିଛନ୍ତି । ସେହି ଦୋକାନରୁ ଯାହା ଆୟ ହୁଏ ସେଥିରେ ତାଙ୍କ ଗୁଜୁରାଣ ସୁଖେଦୁଃଖେ  ମେଣ୍ଟିଯାଏ। ସବୁ ପ୍ରତିକୂଳ ପରିସ୍ଥିତିରେ ବିଜୟଲକ୍ଷ୍ମୀ ମଧ୍ୟ ସ୍ୱାମୀଙ୍କ ପାଖେପାଖେ ଛିଡ଼ା ହୋଇଥାନ୍ତି।  ଏତେ ସବୁ ବାଧାବିଘ୍ନ ସତ୍ତ୍ୱେ ନିଜ ପରିବାରକୁ ନେଇ ଉଭୟ ବେଶ୍‌ ଆଶାବାଦୀ।

 



from Odisha Reporter https://ift.tt/2HiJPKA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages