ବାଥ୍‌ରୁମ୍ ବାସ୍ତୁ; ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ବାଥ୍‌ରୁମ୍ ବାସ୍ତୁ; ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ଏବେ ସମସ୍ତେ ଘର ଭିତରେ ହିଁ ଗାଧୁଆ ଘର ତିଆରି କରୁଛନ୍ତି। ଆଉ ଗାଧୁଆ ଘର ପାଇଁ ମଧ୍ୟ ବାସ୍ତୁରେ କିଛି ନିୟମ ରହିଛି। କୁହାଯାଏ, ଗାଧୁଆ ଘରର ବାସ୍ତୁ ଠିକ୍ ନ ରହିଲେ ଘରେ ଅଶାନ୍ତି ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା ଘରେ ବାଥ୍‌ରୁମ୍ ବା ଗାଧୁଆ ଘର କେଉଁଠି କଲେ ଭଲ ଓ ଏଥିରେ କେଉଁ ଜିନିଷ କେଉଁଠି ରଖାଯିବା ଉଚିତ୍‌।

– ଗାଧୁଆ ଘରକୁ ପୂର୍ବ ଅବା ପୂର୍ବ-ଆଗ୍ନେୟ କୋଣରେ ନିର୍ମାଣ କରିବା ଉଚିତ୍‌। ସ୍ଥାନର ଅଭାବ ଥିଲେ ଦକ୍ଷିଣ ଅବା ପଶ୍ଚିମ ଦିଗରେ ଗାଧୁଆ ଘର ନିର୍ମାଣ କରନ୍ତୁ।

– ଶୟନ କକ୍ଷକୁ ଲଗାଇ ଗାଧୁଆ ଘର ନିର୍ମାଣ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶୟନ କକ୍ଷରେ ଶୋଉଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ ହୃଦ୍‌ ରୋଗ ଓ ମାନସିକ ରୋଗ ହେବାର ସମ୍ଭାବନା ରହିଥାଏ।

– ଗାଧୁଆ ଘରର କବାଟ ପୂର୍ବ ଅବା ଉତ୍ତର ଦିଗ ଆଡ଼କୁ ମୁହଁ କରି ଲଗାନ୍ତୁ।

– ଗାଧୁଆ ଘରେ ଦ୍ୱାର ସମ୍ମୁଖରେ ବା କବାଟକୁ ମୁହଁ କରି ଦର୍ପଣ ଲଗାନ୍ତୁ ନାହିଁ।

– ରୋଷଇ ଘର ସମ୍ମୁଖରେ ଗାଧୁଆ ଘର କରନ୍ତୁ ନାହିଁ।

– ଗିଜର୍, ୱାଟର୍‌ ହିଟର୍‌, ସ୍ୱିଚ୍‌ ବୋର୍ଡ ଓ ୱାଶିଂ ମେସିନ୍‌ ଆଦିକୁ ଗାଧୁଆ ଘରେ ରଖୁଥିଲେ, ଦକ୍ଷିଣ-ପୂର୍ବ ଦିଗକୁ ମୁହଁ କରି ରଖନ୍ତୁ।

– ଗାଧୁଆ ଘର କାନ୍ଥରେ ଧଳା ଓ ହାଲ୍‌କା ନୀଳ ରଙ୍ଗ ଦିଅନ୍ତୁ। ଗାଧୁଆ ଘରେ ଆଦୌ ଗାଢ଼ ରଙ୍ଗ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ବୃଦ୍ଧି ପାଏ।



from Odisha Reporter https://ift.tt/2Ms92qb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages