କଲେଜ ଯାଉଥିଲେ, ପିଟି ଦେଲା ଅଜଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

କଲେଜ ଯାଉଥିଲେ, ପିଟି ଦେଲା ଅଜଣା ଗାଡ଼ି

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର-କୁନ୍ଦେଇ ରାଜ୍ୟ ରାଜପଥର ଜୋଡିଙ୍ଗା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମୃତକ ହେଲେ କୋଦଭଟ୍ଟା ଗାଁର ସମିର ପଠାରୀ। ଭୁରୁଖାମହୁଲି ଗାଁର ମୁକେଶ କେସରିଆଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ୍ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ଅପରାହ୍ଣ ସମୟରେ ସମିର ଓ ମୁକେଶ ଏକ ବାଇକ୍ ଯୋଗେ ହାଟଭରଣ୍ଡିସ୍ଥିତ ଗଣ୍ଡୱାନା ମହାବିଦ୍ୟାଳୟକୁ ଯାଉଥିଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଉଭୟଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେମାନଙ୍କୁ ପ୍ରଥମେ ରାଇଘରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମାତ୍ର ସେଠାରେ ଅବସ୍ଥା ଗୁରତର ହେବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମିରଙ୍କର ମୃତ୍ୟୁ ଘଟିଥିଲା। ପରେ ମୁକେଶଙ୍କୁ କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାରଯାଇଛି।  ପୁଲିସ୍ ଘଟଣାର ତଦନ୍ତ କରୁଛି।

ସମିର ହାଟଭରଣ୍ଡିସ୍ଥିତ ଗଣ୍ଡୱାନା ମହାବିଦ୍ୟାଳୟରେ ପାଠ ପଢୁଥିବା ବେଳେ ମୁକେଶ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଥିଲେ।



from Odisha Reporter https://ift.tt/2P4q3c5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages