ଶ୍ରମିକଙ୍କ ମୃତ୍ୟୁକୁ ନେଇ ନାଲ୍‌କୋରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

ଶ୍ରମିକଙ୍କ ମୃତ୍ୟୁକୁ ନେଇ ନାଲ୍‌କୋରେ ଉତ୍ତେଜନା

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆଜି ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଠିକା ଶ୍ରମିକମାନେ ମୃତଦେହକୁ କମ୍ପାନୀର ପ୍ରଶାସନିକ କୋଠା ସମ୍ମୁଖରେ ରଖିଥିବା ବେଳେ ସ୍ମେଲ୍‌ଟର ପ୍ଲାଣ୍ଟ୍ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଜଣଙ୍କୁ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି।

ଶ୍ରମିକଙ୍କ ଆନ୍ଦୋଳନ ଯୋଗୁ ପ୍ଲାଣ୍ଟ ଭିତରକୁ କାହାରିକୁ ଛଡ଼ା ଯାଉନାହିଁ। ଆନ୍ଦୋଳନକାରୀଙ୍କ ସହିତ ନାଲକୋର ବରିଷ୍ଠ ଅଧିକାରୀମାନେ ଆଲୋଚନା କରୁଛନ୍ତି।

ଗତ ୨୩ ତାରିଖରେ ନାଲକୋ ସ୍ମେଲଟର ପ୍ଲାଣ୍ଟର କାଷ୍ଟ୍‌ ହାଉସ୍‌- ବି’ର ଇଲେକ୍ଟ୍ରିକାଲ୍‌ ଡିପାର୍ଟମେଣ୍ଟରେ ଦୁର୍ଘଟଣା ଘଟିଥିଲା। ଏଥିରେ ମିଥୁନ ନାଥ, ବିଶ୍ୱେଶ୍ୱର ସାମଲ, ରଜନୀକାନ୍ତ ପରିଡ଼ା ଓ ରିଙ୍କିନା ସାହୁ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ନାଲକୋ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମିଥୁନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ନାଲ୍‌କୋ ପକ୍ଷରୁ ଏୟାର ଆମ୍ୱୁଲାନ୍ସ ଯୋଗେ ତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ମୃତଦେହ ଅନୁଗୋଳରେ ପହଞ୍ଚିଥିଲା।



from Odisha Reporter https://ift.tt/2T4B0J5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages