ଧାରା ୩୭୦: ସ୍ୱାଧୀନତା ଦିବସ ପୂର୍ବରୁ କଶ୍ମୀର ଛାଡ଼ିବେନି ଅଜିତ ଡୋଭାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଧାରା ୩୭୦: ସ୍ୱାଧୀନତା ଦିବସ ପୂର୍ବରୁ କଶ୍ମୀର ଛାଡ଼ିବେନି ଅଜିତ ଡୋଭାଲ

ଶ୍ରୀନଗର: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତ ସୋମବାର ଠାରୁ ଜମ୍ମୁ-କଶ୍ମୀରରେ ଶାନ୍ତି ସ୍ଥାପନ ପାଇଁ ମିଶିନ ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଉପତ୍ୟକାରେ ହଂସା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଡୋଭାଲ କଶ୍ମୀର ଗସ୍ତ କରିଥିଲେ। ସେଠାରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହ ଲୋକଙ୍କୁ ଭେଟିଥିଲେ।

ଏବେ ବି କିଛି ସ୍ଥାନରେ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଯାଏ ଶ୍ରୀ ଡୋଭାଲ ଜମ୍ମୁ-କଶ୍ମୀରରେ ହିଁ ରହିବେ।

ଆଜି ଓ ଆସନ୍ତାକାଲି ଜମ୍ମୁ-କଶ୍ମୀରରେ ବକ୍ରୀ ଇଦ୍‌ ପାଳନ କରାଯିବ। ଏଥିପାଇଁ ଏଠାରେ ଲାଗିଥିବା ଧାରା ୧୪୪କୁ କୋହଳ କରାଯାଇଛି। ଏହି ଉତ୍ସବ କେମିତି ଶାନ୍ତି ଶୃଙ୍ଖଳାରେ ଶେଷ ହେବ, ସେନେଇ ଡୋଭାଲ ମାନସମନ୍ଥନ କରୁଛନ୍ତି।

ଏହାବାଦ୍‌ ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ଅଗଷ୍ଟ ୧୪କୁ କଶ୍ମୀରବାସୀଙ୍କ ସଂଘର୍ଷକୁ ସମର୍ଥନ କରି ବୀରତା ଦିବସ ରୂପେ ପାଳନ କରିବ ବୋଲି ଘୋଷଣା କରିଛି। ତେଣୁ ଏହି ସମୟରେ ଉପତ୍ୟକାରେ ହିଂସାକାଣ୍ଡ ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି।

ଅଗଷ୍ଟ ୧୫କୁ ପାକିସ୍ତାନ କଳାଦିବସ ରୂପେ ପାଳନ କରିବ ବୋଲି ଚେତାବନୀ ଦେଇଛି। ଏସବୁକୁ ଦୃଷ୍ଟିରେ ରଖି ଡୋଭାଲ ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀର ଛାଡ଼ିବେ ନାହିଁ ବୋଲି ଜଣାପଡ଼ିଛି।

ଜମ୍ମୁ-କଶ୍ମୀରରେ ଡୋଭାଲ କେବଳ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରୁନାହାନ୍ତି ବରଂ ସ୍ଥାନୀୟ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ଅବଗତ କରାଉଛନ୍ତି। ବିଶେଷ କରି ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବା ସୋପିଆନ୍‌ ଓ ଅନନ୍ତନାଗରେ ଡୋଭାଲ ସ୍ଥାନୀୟ ଲୋକଙ୍କୁ ହିଂସାର ପଥ ନ ଆପଣାଇବା ପାଇଁ ସେମାନଙ୍କ ସହ ଆଲୋଚନା କରିଛନ୍ତି।



from Odisha Reporter https://ift.tt/2YXVrc1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages