ଝିଅକୁ ମାରି ଆତ୍ମହତ୍ୟା କଲେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଝିଅକୁ ମାରି ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଓ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀର ରଙ୍ଗୀନ ଆଲୁଅ ପଛରେ ଏକ ଅନ୍ଧାର ବି ଲୁଚି ରହିଥାଏ। କହିବାର ତାତ୍ପର୍ଯ୍ୟ, ବଡ଼ ହେଉ ଅବା ଛୋଟ ପରଦାରେ ଲୋକଙ୍କ ମନୋରଞ୍ଜନ କରୁଥିବା ଅନେକ କଳାକାର ସଂଘର୍ଷମୟ ଜୀବନ ବିତାଉଛନ୍ତି। ଏହାର ଅନେକ ଉଦାହରଣ ରହିଥିବା ବେଳେ ଏବେ ଜଣେ ଟେଲିଭିଜନ୍ ଅଭିନେତ୍ରୀ ଜୀବନ ସଂଘର୍ଷରେ ହାରିଯାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କ ୧୭ ବର୍ଷର ଝିଅକୁ ମଧ୍ୟ ମାରି ଦେଇଥିବା ଅଭିଯୋଗ ହୋଇଛି।

ଏ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର କଲୱା ସହରରେ। ଆତ୍ମହତ୍ୟା କରିଥିବା ଏହି ଅଭିନେତ୍ରୀଙ୍କ ନାଁ ପ୍ରଜ୍ଞା ପ୍ରଶାନ୍ତ ପାର୍‌କର୍‌ (୪୦)। ତାଙ୍କ ଝିଅ ନାଁ ଶୃତି। ପୁଲିସ୍ ପ୍ରଜ୍ଞାଙ୍କ ମୃତଦେହ ପାଖରୁ ଏକ ସୁଇସାଇଡ୍‌ ନୋଟ୍ ଜବତ କରିଛି। ଏଥିରେ ଲେଖା ହୋଇଛି, ସେ ମରାଠି ଟିଭି ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ। ହେଲେ ଗୁଡ଼ାଏ ଦିନ ହେବ ତାଙ୍କୁ କାମ ମିଳୁ ନଥିଲା। ତା’ସହିତ ତାଙ୍କ ସ୍ୱାମୀଙ୍କ ବିଜ୍‌ନେସ୍‌ ବି ଭଲ ଚାଲୁ ନାହିଁ। ସେ ତାଙ୍କ ଝିଅକୁ ମାରିଛନ୍ତି। ଏହି ଘଟଣା ପାଇଁ କାହାକୁ ଦାୟୀ କରିବା ଉଚିତ୍ ନୁହେଁ।

ଶୁକ୍ରବାର ସକାଳେ ଏ ଘଟଣା ଘଟିବା ବେଳେ ପ୍ରଜ୍ଞାଙ୍କ ସ୍ୱାମୀ ପ୍ରଶାନ୍ତ ଘରେ ନଥିଲେ। ସେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଜିମ୍‌ରୁ ଫେରିବା ପରେ କଲିଂ ବେଲ୍ ମାରିଥିଲେ। ତେବେ କେହି କବାଟ ଖୋଲି ନଥିଲେ। ଅନେକ ଥର କବାଟ ବାଡ଼େଇବା ପରେ ଓ ଡାକ ଦେବା ପରେ ବି ପତ୍ନୀ କିମ୍ବା ଝିଅ କବାଟ ନଖୋଲିବାରୁ ସେ ପଡ଼ୋଶୀଙ୍କ ସହାୟତା ନେଇଥିଲେ। କବାଟ ଭାଙ୍ଗି ଭିତରେ ପଶିବା ପରେ ସେ ବେଡ୍‌ ରୁମ୍‌ରେ ପତ୍ନୀ ଫ୍ୟାନ୍‌ରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ସେହିଭଳି ତାଙ୍କ ଝିଅର ମୃତଦେହ ବେଡ୍ ଉପରେ ପଡ଼ିଥିଲା। ପ୍ରଜ୍ଞା ତଣ୍ଟି ଚିପି ଝିଅକୁ ହତ୍ୟା କରିବା ପରେ ଫ୍ୟାନ୍‌ରେ ଫାଶୀ ଲଗାଇ ଦେଇଥିଲେ ବୋଲି କୁହାଯାଉଛି।

କଲୱା ପୁଲିସ୍ ଘଟଣାର ତଦନ୍ତ କରୁଛି। ପ୍ରଜ୍ଞା ଓ ତାଙ୍କ ଝିଅଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ୍ ଅପେକ୍ଷା କରିଥିବା ବେଳେ ପ୍ରଶାନ୍ତଙ୍କୁ ମଧ୍ୟ ପଚରାଉଚରା କରିଛି।



from Odisha Reporter https://ift.tt/2TnaCdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages