ବର୍ଷା ଦିନେ ବାହାର ଖାଦ୍ୟ ନଖାଇ ଘରେ ତିଆରି କରନ୍ତୁ ଟେଷ୍ଟି ‘ବ୍ରେଡ୍ ଦହି ଚାଟ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ବର୍ଷା ଦିନେ ବାହାର ଖାଦ୍ୟ ନଖାଇ ଘରେ ତିଆରି କରନ୍ତୁ ଟେଷ୍ଟି ‘ବ୍ରେଡ୍ ଦହି ଚାଟ୍’

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ବଟର୍, କଟା ପିଆଜ, ସିଝା ଆଳୁ, କଟା ଟମାଟୋ, ଫେଣ୍ଟା ଯାଇଥିବା ଦହି, ପୁଦିନା ଏବଂ ମିଠା ଚଟଣି, କଟା ଧନିଆ ପତ୍ର, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ ଓ ଛଣା ସେଉ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ଗୁଡ଼ିକୁ ନିଜ ପସନ୍ଦର ଆକାରରେ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ଏଗୁଡ଼ିକୁ ଅଳ୍ପ ବଟର ଦେଇ କୁରୁକୁରା ହେଲା ଯାଏ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ବ୍ରେଡ୍‌କୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ। ସିଝା ଆଳୁକୁ ଦର ଚକଟା କରନ୍ତୁ। ଫ୍ରାଏ ବ୍ରେଡ୍‌ ଉପରେ ଆଳୁ, ପିଆଜ ଏବଂ ଟମାଟୋ ରଖନ୍ତୁ। ଏହା ଉପରେ ଦହି, ଲୁଣ, ଚଟଣି ଏବଂ ସବୁ ପ୍ରକାରର ମସଲା ପକାନ୍ତୁ। ଶେଷରେ କଟା ଧନିଆ ପତ୍ର ଓ ଛଣା ସେଉ ଦେଇ ଏହାକୁ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ବ୍ରେଡ୍‌ ଦହି ଚାଟ୍‌’।



from Odisha Reporter https://ift.tt/2GWH95e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages