ବାଲେଶ୍ୱର (ଓଡ଼ିଶା ରିପୋର୍ଟର ) : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲା ତଥା ଆଖପାଖ ଅଞ୍ଚଳର ରୋଗୀ ନିର୍ଭର କରିଥାନ୍ତି। ଏଠାରେ ସବୁବେଳେ ରୋଗୀଙ୍କ ଭିଡ଼ ଲାଗି ରହୁଥିବା ବେଳେ ସେମାନଙ୍କୁ ମାଗଣା ଖାଦ୍ୟ ମେଡ଼ିକାଲ ତରଫରୁ ଯୋଗାଇ ଦିଆଯାଇଥାଏ। ହେଲେ ଗତରାତିରେ ରୋଗୀଙ୍କୁ ଦିଆଯାଇଥିବା ରନ୍ଧାଖାଦ୍ୟ ବାସି ହୋଇଯାଇଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଥିଲେ।
ଏନେଇ ୧୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସମ୍ପର୍କୀୟ ଜିଲ୍ଲାପାଳଙ୍କ ନିକଟରେ ସଙ୍ଗେସଙ୍ଗେ ଅଭିଯୋଗ କରିଥିଲେ। ଏହାପରେ ରାତି ପ୍ରାୟ ୮ଟା ପରେ ଜିଲ୍ଲାପାଳ କେ. ସୁଦର୍ଶନ ଓ ଏସପି ବି. ଯୁଗଳ କିଶୋର ଅଚାନକ ହସ୍ପିଟାଲ ପରିଦର୍ଶନ କରି ଖାଦ୍ୟର ମାନ ପରଖିଥିଲେ। ଖାଦ୍ୟ ଯୋଗାଉଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସିଡିଏମଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏସମ୍ପର୍କରେ ଉକ୍ତ ଠିକାଦାରଙ୍କୁ ଆଜି କାରଣ ଦର୍ଶାସ ନୋଟିସ ଜାରି କରାଯିବ। ସେ ରିପୋର୍ଟ ଦେଇ ସାରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଡ଼ିଏମ୍ଓ ଇନ୍ଚାର୍ଜ ଡ. ଶଶାଙ୍କ ଶେଖର ଚୌଧୁରୀ କହିଛନ୍ତି।
ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ମାଗଣା ଚିକିତ୍ସା ବ୍ୟବସ୍ଥା ସୁବିଧା କରିଥିବା ଡିଣ୍ଡିମ ପିଟୁଛି। ହେଲେ ବାସ୍ତବରେ ରୋଗୀ କିପରି ସେବା ପାଉଛନ୍ତି ତାହା ଅଳ୍ପବହୁତ ସମସ୍ତଙ୍କୁ ଜଣା।
from Odisha Reporter https://ift.tt/2U5mSzP
No comments:
Post a Comment