କଶ୍ମୀର ବିବାଦରେ ମଧ୍ୟସ୍ଥି ହେବାକୁ ପୁଣି ପ୍ରସ୍ତାବ ଦେଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

କଶ୍ମୀର ବିବାଦରେ ମଧ୍ୟସ୍ଥି ହେବାକୁ ପୁଣି ପ୍ରସ୍ତାବ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ପୁଣିଥରେ ଇଚ୍ଛା ପ୍ରକାଶ କରିଛନ୍ତି। ଏ ନେଇ ସେ ଗତକାଲି ନିଜର ମତ ରଖିଛନ୍ତି। ସେ କହିଛନ୍ତି,’ମୁଁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି ହେବାକୁ ରାଜି ଅଛି। ଯଦି ଭାରତ ଏବଂ ପାକିସ୍ତାନ ମୋର ମଧ୍ୟସ୍ଥତା ପାଇଁ ରାଜି ହୁଅନ୍ତି, ତ।’ହେଲେ ମୁଁ ପ୍ରସ୍ତୁତ

ରହିଛି।”

ବିବାଦୀୟ କଶ୍ମୀର ପ୍ରସଙ୍ଗରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ଖାରଜ କରିଥିବା ସମ୍ପର୍କରେ ମଧ୍ୟ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘ମୁଁ ମଧ୍ୟସ୍ଥି ହେବି କି ନାହିଁ, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିକଟରେ ଭେଟିଥିଲି। ଉଭୟ ମୋଦି ଏବଂ ଇମ୍ରାନ  ଭଲ  ଲୋକ।”

ସୂଚନାଯୋଗ୍ୟ, କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆମେରିକା ଯାଇ ହ୍ଲାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହାପରେ ଟ୍ରମ୍ପ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଜି-୨୦ ଶିଖର ସମ୍ମିଳନୀରେ ପ୍ରସ୍ତାବ ଦେଇଥିଲେ। ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଥିଲେ  ବିରୋଧୀ। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଚ କରିଥିଲା ଯେ ମୋଦି ଟ୍ରମ୍ପଙ୍କୁ କେବେ ବି କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି ରହିବା ପାଇଁ କହି ନାହାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ମିଛ।



from Odisha Reporter https://ift.tt/2YEf7Sa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages