ଏଇ ସେଇ କୁହୁକ କୋଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ଏଇ ସେଇ କୁହୁକ କୋଠା

ଏଠି ବେଳ ବୁଡିଲେ ଇନ୍ଦ୍ରିୟ ପାଲଟନ୍ତି ବାରଙ୍ଗନା
ବୟସ ସବୁ ମହାବଳ ବାଘ
ମୃଗ ପରି ଧାଆନ୍ତି ବୃଦ୍ଧମାନେ
ବେଗ କମିଲେ ବି ରୁହନ୍ତି ବଗ ପରି ଧ୍ୟାନ ମଗ୍ନ
ଏଠି ଯୌବନର ଗର୍ଜନକୁ ତୁନି କରିବାକୁ ଗଦ ରଖିଥାଏ ରମା ରୂପଜୀବୀ
ଏଠି କଳା କସ୍ତୁରୀ ଶୁଙ୍ଘିବା ପାଇଁ ମାଡପିଟ ନିର୍ଲଜ ଆଉ ଇଜ୍ଜତଦାର
ଯନ୍ତ୍ରଣାରେ ଲୋମ ସବୁ ଟାଙ୍କୁରି ଉଠେ
ଲହୁଲୁହାଣ ହେଲେ ବେଶ୍‌ ଲାଭ ହୁଏ
ଏଠି ବାକି କମ୍‌, ଆଦାୟ ଅଧିକା
ଏ ହେଉଛି ସେହି କୁହୁକ କୋଠା….

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ଅନୁମାନ କରି ଅନ୍ଧ ବି ଶୁଷ୍କ ଶରୀରକୁ ଓଦା କରେ..

ଏଠି ପ୍ରଣୟ ନାହିଁ, ନାହିଁ ପ୍ରଳାପ କି ପ୍ରଳୟ
ଏଠି ଦେହ ଦରିଦ୍ରଙ୍କ ମେଳା
ନାହିଁ ଚିନ୍ତା, କ୍ରୋଧ, ହିଂସାର ଭୟ
ଏଠି ଶୋଇ ପଡିଲେ ଶାନ୍ତି, ସ୍ୱପ୍ନ କରନ୍ତିନି ଅସ୍ତବ୍ୟସ୍ତ
ଏଠି ଅତୃପ୍ତି, ଅସ୍ଥିରତାକୁ ବଶ କରନ୍ତି ମାଳମାଳ ମୋହମାୟୀ
ଏଠି ମଉଁନ ମୁହାଁ ମଣିଷ ସବୁ ମାଂସ ମାନସାଙ୍କ ମୁଖସ୍ତ କରନ୍ତି,
ଏଠି ଦୀପ ଜଳେ ଆଉ ଲିଭେ
ପବନରେ ନୁହେଁ
ଉତ୍ତପ୍ତ ନିଃଶ୍ୱାସର ଝାସରେ
ଏଠି ଦୁଃଖ କମ୍‌ ସୁଖ ଅଧିକା
ଏ ହେଉଛି ସେହି କୁହୁକ କୋଠା…

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ବଧିର ଅଧିର ହୋଇଯିବ ଶୁଣି ଚିତ୍କାର..

ଏଠି ଯୋଗୀ, ଭୋଗୀ, ରୋଗୀ
ସମସ୍ତେ ମୋକ୍ଷ ଖୋଜନ୍ତି..
ଚତୁର ଚିତ୍‌ ମାରେ
ଲୋଭୀ ସର୍ବସ୍ୱ ଦାନ କରେ
ଜିତେନ୍ଦ୍ରିୟର ଜିତାପଟ ହୁଏନା
ଇଚ୍ଛା ଜିତେ, ବେଉସା ବଢେ..

ଏଠି କାମନା ବାସନାର ଦାହ ହୁଏ
ରାଗ, ଋଷା, ମାନ ଅଭିମାନ ସମାଧି ସ୍ଥଳ
କୂଟ, କପଟହୀନ କୁହୁକ କୋଠା..

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ମଣିଷ ଖୋଜନ୍ତି,
ଆକାଶ ନୁହେଁ ପାତାଳ..
ସ୍ୱର୍ଗ ନୁହେଁ ଶାନ୍ତି !!!
……………………………….

ରାକେଶ କୁମାର ମହାପାତ୍ର
ନୟାଗଡ଼
୯୫୮୩୪୫୯୮୬୮



from Odisha Reporter https://ift.tt/2HoEKk4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages