ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ଚୂଡ଼ାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ଚୂଡ଼ାନ୍ତ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଆସନ୍ତା ୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅନୁଷ୍ଠିତ ହେବ। ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଲଗ୍ନ ସ୍ଥିର କରାଯାଇଛି। ୩ ତାରିଖ ଦିନ ସକାଳ ୮ଟା୪୭ ରୁ ୯ଟା୫୭ ମଧ୍ୟରେ ସମଲେଇ ମନ୍ଦିରରୁ ପାହୁର ବାହାରି ଇଷ୍ଟଦେବୀ ସୁରେଶ୍ୱରୀ ଏବଂ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗିହେବ। ଏହାପରେ ୯ଟା୫୭ ରୁ ୧୦.୧୧ ମଧ୍ୟରେ ଜିଲ୍ଲାବାସୀ ନିଜ ନିଜ ଘରେ ଥିବା ଦେବାଦେବୀଙ୍କୁ ପୂଜା କରିବା ସହ ନବାନ୍ନ ଖାଇବେ।

ପଶ୍ଚିମ ଓଡ଼ିଶାର ନୂଆଁଖାଇ ପାଇଁ ଲଗ୍ନ ନିର୍ଣ୍ଣୟ ପରମ୍ପରା ବେଶ୍‌ ମହତ୍ତ୍ୱ ରଖେ। କାହିଁ କେତେ ଦିନରୁ ଗଡ଼ଜାତ ଅମଳରୁ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହି ପରମ୍ପରା ଚାଲିଆସୁଛି। ପ୍ରତିବର୍ଷ ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ ବ୍ରାହ୍ମଣ ମହାସଭା ବସି ଏହି ଲଗ୍ନ ନିର୍ଣ୍ଣୟ କରିଥା’ନ୍ତି। ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କୁ ନେଇ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିଥି ଓ ସମୟ ଗଣନା କରାଯାଏ।

ପୁର୍ବରୁ ସୋନପୁର ମହାରାଜାଙ୍କ ତତ୍ତ୍ୱାବଧାନରେ ନୂଆଁଖାଇ ଲଗ୍ନ୍ନ ନିର୍ଣ୍ଣୟ ହେଉଥିବାବେଳେ ସ୍ୱାଧୀନତା ପରେ ପୌରପରିଷଦ ପକ୍ଷରୁ ଏହା କରାଯାଉଛି। ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଭାବେ ଗଳି ଗଳିରେ ଡେଙ୍ଗୁରା ଦେଇ ଲଗ୍ନ ସମୟ ଘୋଷଣା କରାଯାଇଥାଏ। ଅନ୍ୟ ବର୍ଷଗୁଡ଼ିକ ପରି ଏଥର ବି ଜିଲ୍ଲାବାସୀ ଉତ୍ସାହର ସହ ଏହି ଗଣପର୍ବକୁ ଅପେକ୍ଷା କରିଛନ୍ତି।



from Odisha Reporter https://ift.tt/2Zr97MW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages