ଢାବା ଷ୍ଟାଇଲ୍ ‘ଦହି ଇଲିଶି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ଢାବା ଷ୍ଟାଇଲ୍ ‘ଦହି ଇଲିଶି’

ଆବଶ୍ୟକୀୟ ସାମଗ୍ରୀ: ଇଲିଶି ମାଛ, ବସା ଦହି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ, ସୋରିଷ ତେଲ, ଧନିଆ ପତ୍ର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ଦହି ଇଲିଶି’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଇଲିଶି ମାଛକୁ ଭଲ ଭାବେ ଧୋଇ ସେଥିରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ପାଣି ଦେଇ ଭଲ କରି ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ମ୍ୟାରିନେଟ୍‌ ହେବାକୁ ଛାଡ଼ିଦିଅନ୍ତୁ।

ଏବେ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ୍‌ ବନାନ୍ତୁ। ତା’ପରେ ଏକ କଡ଼େଇରେ ତେଲ ଗରମ କରି ଗୋଟା ସୋରିଷ ପକାଇ ଫୁଟାନ୍ତୁ ଏବଂ ମ୍ୟାରିନେଟ୍ ହୋଇ ରହିଥିବା ମାଛଗୁଡ଼ିକୁ ସେଥିରେ ପକାନ୍ତୁ। ଯେଉଁ ପାତ୍ରରେ ମାଛ ମ୍ୟାରିନେଟ୍ କରିଥିଲେ, ସେଥିରେ ଥିବା ମସଲା ପାଣିକୁ ମଧ୍ୟ କଡ଼େଇରେ ଢାଳି ଦିଅନ୍ତୁ।

ଅଳ୍ପ ଆଞ୍ଚରେ ମାଛ ସିଝିବାକୁ ଦିଅନ୍ତୁ। ମାଛ ସିଝିଗଲା ପରେ ଆଞ୍ଚକୁ ଆଉ ଟିକେ କମ୍‌ କରି ବସା ଦହି ପକାନ୍ତୁ ଏବଂ ୨ ମିନିଟ୍‌ ପରେ ଚୁଲି ବନ୍ଦ କରନ୍ତୁ। ନ ହେଲେ ଦହି ଛିଡିଯାଇ ପାରେ। ଏବେ ପ୍ରସ୍ତୁତ ହୋଇଗଲା ‘ଦହି ଇଲିଶି’।

 



from Odisha Reporter https://ift.tt/31Pfk6K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages