ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀର ଜଳସ୍ତର; ଏହିସବୁ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀର ଜଳସ୍ତର; ଏହିସବୁ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ନିକଟ ଲାଇଙ୍ଗଠାରେ ଥିବା ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ ଥିବା ବାଲୁଘାଟ ଅଞ୍ଚଳରେ ପାଣି ପଶିଛି। ଏହି ଅଞ୍ଚଳରେ ୨୦ଟି ପରିବାର ପ୍ରାୟ ୧୦୦ରୁ ଅଧିକ ଲୋକେ ପାଣି ଘେରରେ ଅଛନ୍ତି। ବ୍ରାହ୍ମଣୀ ନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଲୋକେ ସତର୍କ ରହିବାକୁ ପ୍ରଶାସନ ଏବଂ ଡ୍ୟାମ୍‌ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଏହାସହ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ତେବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି। ମନ୍ଦିରା ଜଳ ଭଣ୍ଡାରରେ ଜଳ ପତ୍ତନ ବଢ଼ିବାରୁ ରବିବାର ସକାଳେ ୫ଟି ଗେଟ୍ ଖୋଲାଯାଇଥିଲା। ପରେ ସଂଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯାଇଥିଲା।



from Odisha Reporter https://ift.tt/2P3KlCz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages