ନଡ଼ିଆରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ନଡ଼ିଆରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ନଡ଼ିଆରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଆମିନୋ ଏସିଡ୍‌, ଫାଇବର, କାର୍ବୋହାଇଡ୍ରେଟ୍‌ ଓ ପ୍ରୋଟିନ୍‌ ଆଦି ରହିଛି। ଆଉ ଏସବୁ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ନଡ଼ିଆ ଖାଇଲେ ଆମର କ’ଣ କ’ଣ ଉପକାର ହୋଇଥାଏ।

୧) ନଡ଼ିଆ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। କାରଣ ନଡ଼ିଆ ଖାଇଲେ ପେଟ ପୂରିଲା ପୂରିଲା ଲାଗେ ଓ  ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ। ତେଣୁ ମୋଟା ଲୋକମାନେ ଏହାକୁ ଖାଇଲେ ଅତ୍ୟଧିକ ଖାଦ୍ୟ ଖାଇବାକୁ ମନ କରିବେ ନାହିଁ ଓ ଏଥିଯୋଗୁ ସେମାନଙ୍କ ଓଜନ ବି କମିବ।

୨) ନଡ଼ିଆରେ ଫାଇବରର ମାତ୍ରା ବହୁତ ରହିଥାଏ। ଫଳରେ ଏହାକୁ ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଅନ୍ତ ଘଟିଥାଏ। କିଛି ଦିନ ନିୟମିତ ଭାବେ ରାତିରେ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଆନ୍ତୁ।  ଦେଖିବେ ପେଟ ଜନିତ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ।

୩) ବାନ୍ତି ସମସ୍ୟା ରହିଥିଲେ, ପାଟିରେ ଗୋଟେ ଛୋଟ ନଡ଼ିଆ ଖଣ୍ଡ ରଖି ଚୋବାଇବା ଆରମ୍ଭ କରନ୍ତୁ, ଦେଖିବେ କିଛି ସମୟ ଭିତରେ ବାନ୍ତି ଲାଗିବା ବନ୍ଦ ହୋଇଯିବ।

୪) ନଡ଼ିଆ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ କୌଣସି ପ୍ରକାରର ସଂକ୍ରମଣ ରୋଗ ହୋଇ ନଥାଏ।

୫) ଖରାଦିନେ ନଡ଼ିଆ ଖାଇବା ଦ୍ୱାରା ଶରୀରର ଜଳୀୟଅଂଶ ନିୟନ୍ତ୍ରିତ ରହିବା ସହ ଶରୀରକୁ ଥଣ୍ଡା ଅନୁଭୂତ ହୋଇଥାଏ।

 



from Odisha Reporter https://ift.tt/2ZbRAbA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages