ବୁର୍ଲା ଭିଏସ୍ଏସୟୁଟିର ୬୧ ଅଧ୍ୟାପକଙ୍କ ୩ ଦିନର ଦରମା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ବୁର୍ଲା ଭିଏସ୍ଏସୟୁଟିର ୬୧ ଅଧ୍ୟାପକଙ୍କ ୩ ଦିନର ଦରମା ବନ୍ଦ

ସମ୍ବଲପୁର (ସଞ୍ଜୟ ଜେନା ): ମହଙ୍ଗା ପଡ଼ିଲା ବୁର୍ଲା ଭିଏସ୍ଏସୟୁଟି କୁଳପତିଙ୍କ ବିରୋଧରେ ଆନ୍ଦୋଳନ। ଜୁଲାଇ ୨୫ରୁ ୨୭ ତାରିଖ ଯାଏ ୩ ଦିନ ଧରି  ଆନ୍ଦୋଳନରେ ସାମିଲ ଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଉକ୍ତ ଅଧ୍ୟାପକମାନଙ୍କ ଅଗଷ୍ଟ ମାସ ଦରମାରୁ ଏହି ଟଙ୍କା କଟାଯିବ ବୋଲି ନୋଟିସରେ ସ୍ପଷ୍ଟ ଭାବେ ଉଲ୍ଲଖ ରହିଛି।

କୁଳପତିଙ୍କ  ବିରୋଧରେ ନାନା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଥିଲେ ବହୁ ଅଧ୍ୟାପକ ଅଧ୍ୟାପିକା। ଏଥିନିମନ୍ତେ ସେମାନେ   ଗତ ଜୁଲାଇ ୨୫ ତାରିଖରୁ  ତିନିଦିନ ଧରି ଆନ୍ଦୋଳନ ଓ ଧାରଣାରେ ସାମିଲ ହୋଇଥିଲେ। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାହତ ହୋଇଥିଲା।

ଫଳରେ ଉକ୍ତ ୩ ଦିନର ଦରମା କାଟିବା ପାଇଁ ନିର୍ଦ୍ଦେଶନାମାରେ ସୂଚିତ କରାଯାଇଛି। ଭିସୁଟର ନିୟମ ‘ ନୋ ୱାର୍କ, ନୋ ପେ’ ନିୟମ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।  ଏହି ଘଟଣାରେ ପୂର୍ବରୁ ୪ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।



from Odisha Reporter https://ift.tt/2HxCwig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages