ଆତଙ୍କବାଦ ପ୍ରତି ସହାନୁଭୂତି ଦେଖାଉଥିବା ବ୍ୟକ୍ତି ଧାରା ୩୭୦କୁ ବିରୋଧ କରୁଛନ୍ତି: ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ଆତଙ୍କବାଦ ପ୍ରତି ସହାନୁଭୂତି ଦେଖାଉଥିବା ବ୍ୟକ୍ତି ଧାରା ୩୭୦କୁ ବିରୋଧ କରୁଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପରେ କେନ୍ଦ୍ରର ଏହି ନିଷ୍ପତ୍ତିକୁ କେହି କେହି ଐତିହାସିକ କହୁଥିବା ବେଳେ ଅନ୍ୟ କେହି କେନ୍ଦ୍ରର ଏପରି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି କହୁଛନ୍ତି। ଏବେ ଧାରା ୩୭୦କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଧାରା ୩୭୦କୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦକୁ ସହାନୁଭୂତି ଦେଖାଉଛନ୍ତି।

ସେ କହିଛନ୍ତି ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ସରକାର ପରିଣତ କରିଛନ୍ତି। ଯାହାକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରୁଛନ୍ତି। ଯେଉଁ ଅଳ୍ପ କିଛି ବିରୋଧ କରୁଛନ୍ତି ସେମାନେ ନିଜ ସ୍ୱାର୍ଥ ପ୍ରତି ଅଧିକ ସଚେତନ। ବିରୋଧ କରୁଥିବା ଦଳ ଏବଂ ବ୍ୟକ୍ତି ସବୁବେଳେ ସରକାରର ସମସ୍ତ କଥାକୁ ବିରୋଧ କରି ଆସୁଛନ୍ତି। ଏଭଳି କିଛି ବ୍ୟକ୍ତି କେବଳ ଆତଙ୍କବାଦ ଏବଂ ନକ୍ସଲଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରୁଛନ୍ତି। ଆଜି ସମସ୍ତ ଦେଶବାସୀ ଜମ୍ମୁ କଶ୍ମୀର ଏବଂ ଲଦାଖ ବାସୀଙ୍କ ସହିତ ରହିଛନ୍ତି। ଆଗାମୀ ଦିନରେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ବଜାୟୀ ରହିବ ଏଥିସହ ବିକାଶ ହେବ ବୋଲି ସେ କହିଛନ୍ତି।

ଏବେ ଜମ୍ମୁ କଶ୍ମୀରରେ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ଅନେକ ଲୋକ କ୍ଷତି ସହିଛନ୍ତି। କେବେଳ କିଛି ବ୍ୟକ୍ତି ହିଁ ଏହାର ଫାଇଦା ଉଠାଇଛନ୍ତି।

ଏହି ଅବସରରେ ଜମ୍ମୁ କଶ୍ମୀରବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି ସରକାର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦାଙ୍କ ଆଶା ଆଙ୍କାକ୍ଷା ପୂରଣ କରିବ।



from Odisha Reporter https://ift.tt/2Z2V2sO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages