ରାତିରେ କୂଅରେ ପଡ଼ିଲା , ସକାଳେ ସିଡ଼ିରେ ଉଠି ପଳାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ରାତିରେ କୂଅରେ ପଡ଼ିଲା , ସକାଳେ ସିଡ଼ିରେ ଉଠି ପଳାଇଲା

ଅନୁଗୁଳ (ବିରଜା ଦାସ): ଦୀର୍ଘ ସମୟର ପରିଶ୍ରମ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଭାଲୁ । ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳର ଭାଗଲକଟା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ।

ଗାଁର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଥିବା ପରିତ୍ୟକ୍ତ କୂଅରେ ଭାଲୁଟି ସୋମବାର ରାତିରେ ଖସି ପଡିଥିଲା।  ମଙ୍ଗଳବାର ସକାଳେ ଗ୍ରାମବାସୀ ବିଲକୁ ଯାଇଥିବା ବେଳେ କୂଅ ଭିତରେ ଭାଲୁଟି ପଡ଼ିଥିବା ଦେଖିବାକୁ ପାଇଲେ।  ଏନେଇ ଗ୍ରାମବାସୀ ସଙ୍ଗେସଙ୍ଗେ ବନବିଭାଗକୁ ଜଣାଇଥିଲେ ।

ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।  ଦୀର୍ଘ ସମୟର ପରିଶ୍ରମ ପରେ ଏକ ସିଡି ସାହାଯ୍ୟରେ ଭାଲୁଟିକୁ କୂଅ ଭିତରୁ କଢାଯାଇଥିଲା । ଭାଲୁଟିର ବୟସ ପାଖାପାଖି ୨ବର୍ଷ ହେବ ବୋଲି ଅନୁମାନ କରୁଛି ବନବିଭାଗ।  ଉଦ୍ଧାର ପରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଛି।



from Odisha Reporter https://ift.tt/2Z68FU2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages