ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ। ଏହି ବିବାଦର ସମାଧାନ ହେବା ଦରକାର ବୋଲି ସେ ଗତକାଲି ଗଣମାଧ୍ୟମକୁ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ଯଥାସମ୍ଭବ ସେ ସମସ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି।
ଆଗାମୀ ଦିନରେ ଫ୍ରାନ୍ସରେ ହେବାକୁ ଥିବା ଜି-୭ ବୈଠକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ସହିତ ୩୦ ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଫୋନରେ କଥା ହୋଇଥିଲେ।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହାକୁ ବିରୋଧ କରିଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି ପାକିସ୍ତାନ କହିଛି। ଏ ନେଇ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରଥମେ ଫୋନ୍ କରି ଟ୍ରମ୍ପଙ୍କୁ ମଧ୍ୟସ୍ଥି ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ଟ୍ରମ୍ପ ମଧ୍ୟ ମଧ୍ୟସ୍ଥି ପାଇଁ ରାଜି ହୋଇଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁବେ ଯଦି ସେ ମଧ୍ୟସ୍ଥି କରିବେ ବୋଲି କହିଥିଲେ। ଏହାପରେ ସେ ମଧ୍ୟସ୍ଥି କରିବେ ନାହିଁ ବୋଲି କହିଥିଲେ। ଏବେ ପୁଣି ମଧ୍ୟସ୍ଥି ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାପରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ହେଲେ ଏହା ଦ୍ୱିପାକ୍ଷିକ ମାମଲା କହି ଆମେରିକା ସହିତ ଅନ୍ୟାନ୍ୟ ରାଷ୍ଟ୍ର ପାକିସ୍ତାନର ଦାବିକୁ ଖାରଜ କରି ଦେଇଥିଲେ।
ତେବେ କଶ୍ମୀର ପ୍ରସଙ୍ଗରେ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ ରଖିସାରିଛି। ଶିମଲା ଚୁକ୍ତି ଅନୁଯାୟୀ କଶ୍ମୀର ପ୍ରସଙ୍ଗର ସମାଧାନ ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ହେବ। ଏହି ବିବାଦର ସମାଧାନ ପାଇଁ କେହି ତୃତୀୟ ପକ୍ଷ ରହିବେ ନାହିଁ ବୋଲି ଭାରତ କହି ସାରିଛି।
from Odisha Reporter https://ift.tt/2ZfzFk7
No comments:
Post a Comment