ପଥରରେ ଛେଚି ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ପଥରରେ ଛେଚି ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ

ବଣାଇ(ରଣଜିତ୍‌ ଚୌଧୁରୀ): ଘରେ ପୁରୁଣା କବାଟ ଲଗାଇବାକୁ କେନ୍ଦ୍ର କରି ପଥରରେ ଛେଚି ବାପାକୁ ହତ୍ୟା କଲେ ଦୁଇ ପୁଅ। ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କିରିଆଗୁଦ ଗାଁରୁ। ମୃତକ ହେଲେ ବାଇଧର ମୁଣ୍ଡା। ଅଭିଯୁକ୍ତ ଦୁଇ ପୁଅ  ଗ୍ରାମ ମୁଣ୍ଡା ଓ ଗୋପାଳ ମୁଣ୍ଡା ଫେରାର ଅଛନ୍ତି ।

ଗତ ସୋମବାର ଘରେ ପୁରୁଣା କବାଟ ଲଗାଇବାକୁ କେନ୍ଦ୍ର କରି ବାପା ବାଇଧର ଓ  ତାଙ୍କ  ଦୁଇ ପୁଅଙ୍କ ମଧ୍ୟରେ ଖୁବ ଜୋରରେ ଝଗଡ଼ା ହୋଇଥିଲା।  ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ପୁଅ ଗ୍ରାମ ଓ ଗୋପାଳ ବାପାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ପରିବାରର କେହି ସଦସ୍ୟ  ଏ ସଂକ୍ରାନ୍ତରେ ପୁଲିସକୁ ଖବର ଦେଲେ ତାକୁ ମଧ୍ୟ ମାରିଦେବାକୁ ସେମାନେ ଧମକ ଦେଇଥିଲେ। ତେଣୁ ଭୟଭୀତ ଅବସ୍ଥାରେ ପରିବାର ଲୋକେ ରହିଥିଲେ।

ହେଲେ ଘଟଣାର ୩ ଦିନରେ ଗତକାଲି ବାଇଧରଙ୍କ ସାନ ପୁଅ ଘରୁ ଲୁଚି ପଳାଇ ଆସିବାକୁ ସକ୍ଷମ ହୋଇଥିଲେ। ସେ କୋଇଡ଼ା ଥାନାରେ ପହଞ୍ଚି ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି।

ଅନ୍ୟପକ୍ଷରେ ପୁଲିସ୍‌ ଗାଁକୁ ଆସୁଥିବା ଜାଣିପାରି ଗ୍ରାମ ଓ ଗୋପାଳ ମୁଣ୍ଡା ଫେରାର ହୋଇଯାଇଛନ୍ତି।



from Odisha Reporter https://ift.tt/2Yy5dpL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages