ଚାରୋଟି ରାଶିର ଲୋକେ ସୁନା ଧାରଣ କଲେ ଶୁଭଫଳ ମିଳିଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ଚାରୋଟି ରାଶିର ଲୋକେ ସୁନା ଧାରଣ କଲେ ଶୁଭଫଳ ମିଳିଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ରରେ ସୁନାର ଏକ ବିଶେଷ ସ୍ଥାନ ରହିଛି। କୁହାଯାଏ, ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼େ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ। ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ। ତେବେ ବାସ୍ତୁ ଅନୁସାରେ ଚାରୋଟି ରାଶିର ଲୋକେ ସୁନା ଅଳଙ୍କାର ପିନ୍ଧିଲେ ବିଶେଷ ଭାବେ ଲାଭବାନ ହୋଇଥା’ନ୍ତି। ସେମାନଙ୍କୁ ଏହା ଶୁଭ ଫଳ ଦେଇଥାଏ। ତା’ହେଲେ ଆସନ୍ତୁ ଜାଣିବା ସେହି ଚାରୋଟି ରାଶି ସଂପର୍କରେ।

ସିଂହ ରାଶି: ବାସ୍ତୁ ଅନୁସାରେ ଏହା ହେଉଛି ଅଗ୍ନି ତତ୍ତ୍ୱର ରାଶି। ଏହାର ସ୍ୱାମୀ ସୂର୍ଯ୍ୟଙ୍କ ସହିତ ସୁନାର କାରକ ଗୁରୁ ଗ୍ରହର ମିତ୍ର ଭଳି ସଂପର୍କ ରହିଥାଏ। ତେଣୁ ଏହି ରାଶିର ବ୍ୟକ୍ତିମାନେ ସୁନା ଅଳଙ୍କାର ପିନ୍ଧିଲେ ଭଲ। ଅତିକମ୍‌ରେ ଆଙ୍ଗୁଠିରେ ସୁନା ମୁଦିଟିଏ ପିନ୍ଧିଲେ ବି ଶୁଭଫଳ ପ୍ରାପ୍ତି ହୁଏ।

କନ୍ୟା ରାଶି: ଏହି ରାଶିର ଲୋକଙ୍କ ଇଚ୍ଛା ପୂରଣ କରିବାରେ ସୁନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସୁନା ଧାରଣ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କୁ ଧନ, ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

ତୁଳା ରାଶି: ସୁନା ମୁଦି, ଚେନ୍ ଆଦି ପିନ୍ଧିଲେ ଏହି ରାଶି ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି କୁହାଯାଏ। ରୋଗ ଓ ଶତ୍ରୁଙ୍କଠାରୁ ବି ସୁରକ୍ଷା ମିଳେ। ସୁନାର ଅନ୍ୟାନ୍ୟ ଆଭୂଷଣ ଅପେକ୍ଷା ଆଙ୍ଗୁଠିରେ ସୁନା ମୁଦି ପିନ୍ଧିଲେ ଏହି ରାଶିର ଲୋକଙ୍କୁ ବିଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଧନୁ ରାଶି: ବାସ୍ତୁ ଅନୁସାରେ ଧନୁ ରାଶିର ବ୍ୟକ୍ତିମାନେ ସୁନାର ଆଭୂଷଣ ଧାରଣ କଲେ ସବୁ କାର୍ଯ୍ୟ ଶୀଘ୍ର ହୋଇଥାଏ। କିନ୍ତୁ ମନେ ରଖନ୍ତୁ ଏହି ରାଶିର ବ୍ୟକ୍ତିମାନେ ପାଦରେ କୌଣସି ସୁନା ଆଭୂଷଣ ଧାରଣ କରନ୍ତୁ ନାହିଁ।



from Odisha Reporter https://ift.tt/2MRdcaJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages